ବଦଳିଲେ ବୁଲନ୍ଦସହର ଜିଲ୍ଲା ଏସ୍‍ଏସ୍‍ପି କେ.ବି. ସିଂହ

0

ଲକ୍ଷ୍ନୌ :  ଉତ୍ତରପ୍ରଦେଶ ସରକାର ବୁଲନ୍ଦସହର ଜିଲ୍ଲା ଏସ୍‍ଏସ୍‍ପି କେ.ବି. ସିଂହଙ୍କୁ ବଦଳି କରିଛନ୍ତି। ଜିଲ୍ଲାରେ ହିଂସାକାଣ୍ଡ ଘଟିବାର କିଛିଦିନ ପରେ ଏହି ବଦଳି କରାଯାଇଛି। ଶ୍ରୀ ସିଂହଙ୍କୁ ଡିଜିପି ଅଫିସରେ ଅବସ୍ଥାପିତ କରାଯାଇଛି। ପ୍ରଭାକର ଚୌଧୁରୀଙ୍କୁ ବୁଲନ୍ଦସହରର ନୂତନ ଏସ୍‍ଏସ୍‍ପି ଭାବେ ନିଯୁକ୍ତି ଦିଆଯାଇଛି। ଜଣେ ମଣ୍ଡଳ ଅଧିକାରୀ ଏବଂ ଷ୍ଟେସନ୍‍ ଇନ୍‍ଚାର୍ଜଙ୍କୁ ମଧ୍ୟ ବଦଳି କରାଯାଇଛି। ଗୁଇନ୍ଦା ବିଭାଗ ଏଡିଜି ଏସ୍‍.ଭି. ଶିରୋଦ୍‍କରଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ଗତକାଲି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ।

ଅନ୍ୟପକ୍ଷରେ ଏସ୍‍ଆଇଟି ଏହି ଘଟଣାର ତଦନ୍ତ କରୁଛି। ଗୋହତ୍ୟାକୁ ନେଇ ଗତ ସୋମବାର ଘଟିଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୯ ଜଣ ଲୋକଙ୍କୁ ଗିରଫ କରାଯାଇଛି। ପୋଲିସ୍‍ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ଏବଂ ଜଣେ ଗ୍ରାମବାସୀଙ୍କର ଏହି ହିଂସାରେ ମୃତ୍ୟୁ ଘଟିଛି। ଗତକାଲି ୫ ଜଣଙ୍କୁ ଗିରଫ କରାଯାଇଛି।

Leave A Reply