ନଷ୍ଟ କଲେ, ଏବେ ଭରଣା କରିବେ – ନ ହେଲେ ସମ୍ପତ୍ତି ବାଜ୍ୟାପ୍ତି

ୟୁପି: ସଂଶୋଧିତ ନାଗରିକତା ଆଇନ୍‍କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ଜଡ଼ିତ ଲୋକମାନଙ୍କଠାରୁ ନଷ୍ଟ ହୋଇଥିବା ସମ୍ପତ୍ତି ଭରଣା କରାଯିବ ବୋଲି ଉତ୍ତରପ୍ରଦେଶ ସରକାର କହିଛନ୍ତି। ସେଠାକାର ଉପମୁଖ୍ୟମନ୍ତ୍ରୀ ଡକ୍ଟର ଦିନେଶ ଶର୍ମା କହିଛନ୍ତି, ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଯେଉଁମାନେ ଅର୍ଥ ଭରଣା କରିପାରିବେ ନାହିଁ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ।

ସେ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଏ ନେଇ ସ୍ପଷ୍ଟ କରିସାରିଛନ୍ତି। ହିଂସା ଏବଂ ବିକ୍ଷୋଭ ପ୍ରଦର୍ଶନ ସମୟରେ ନଷ୍ଟ ହୋଇଥିବା ସମ୍ପତ୍ତିର ଭରଣା ସମ୍ପୃକ୍ତ ଲୋକଙ୍କଠାରୁ କରାଯିବ। ଇତିମଧ୍ୟରେ ରାଜ୍ୟ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି ଯେ ଡିସେମ୍ବର ୨୬ରୁ ଆସନ୍ତା ଜାନୁଆରୀ ୨୫ ପର୍ଯ୍ୟନ୍ତ ସଂଶୋଧିତ ନାଗରିକତା ଆଇନ୍‍ ନେଇ ରାଜ୍ୟ ବ୍ୟାପୀ ସଚେତନତା ସୃଷ୍ଟି କରାଯିବ।

Comments are closed.