ବିଜେପିକୁ ଭୋଟ ଦେବା ଅର୍ଥ ପାକିସ୍ତାନ ଉପରେ ପରମାଣୁ ବୋମା ପକାଇବା: ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ମୁମ୍ବଇ: ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର କରିବା ସମୟରେ ପାକିସ୍ତାନ ଉପରେ ପରମାଣୁ ବୋମା ପକାଇବା ନାମରେ ବିଜେପି ପାଇଁ ଭୋଟ ମାଗିଥିବା ଦେଖିବାକୁ ମିଳିଛି। ଠାଣେର ମୀରା ଭୟନ୍ଦର ବିଧାନସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ସଭାରେ କହିଥିଲେ, ଯଦି ଆପଣମାନେ ପଦ୍ମ ଫୁଲ ଉପରେ ବଟନ ଚିପୁଛନ୍ତି, ତେବେ ଏହାର ଅର୍ଥ ହେଉଛି ପାକିସ୍ତାନ ଉପରେ ଆପଣ ପରମାଣୁ ବୋମା ପକାଇଲେ। ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ ବିଜେପି ପ୍ରାର୍ଥୀ ନରେନ୍ଦ୍ର ମେହଟାଙ୍କ ପାଇଁ ପ୍ରଚାର କରିଥିଲେ। ବିଜେପିକୁ ଭୋଟ ଦେଇ ମହାରାଷ୍ଟ୍ରରେ ଆମ ଦଳକୁ ପୁଣି ଥରେ ବିଜୟୀ କରାନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଥିଲେ। ନିର୍ବାଚନରେ ପଦ୍ମ ଫୁଲ ନିଶ୍ଚୟ ଫୁଟିବ ବୋଲି ବୋର ବିଶ୍ଵାସ ଥିବା ସେ କହିଥିଲେ। କଂଗ୍ରେସ, ଏନସିପି ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ସେ କହିଥିଲେ, ହାତ, ସାଇକେଲ କିମ୍ବା ଘଣ୍ଟା ଉପରେ ମା’ ଲକ୍ଷ୍ମୀ ବସନ୍ତି ନାହିଁ, ବରଂ ସେ ପଦ୍ମ ଉପ​‌ରେ ବସନ୍ତି। ପଦ୍ମ ଫୁଲ ବିକାଶର ପ୍ରତୀକ। ସେହି ପଦ୍ମ ଫୁଲ କାଶ୍ମୀରରୁ ଧାରା ୩୭୦ ହଟାଇଥିଲା।

Comments are closed.