ଉତ୍ତରପ୍ରଦେଶରେ ବଢ଼ିଲା କୋଭିଡ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୟୁପି ସରକାରଙ୍କ କଡ଼ା ପଦକ୍ଷେପ । ଉତ୍ତରପ୍ରଦେଶରେ ଜାନୁଆରୀ ୧୪ ଯାଏ ବନ୍ଦ ରହିବ ସମସ୍ତ ସ୍କୁଲ । ପ୍ରଥମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଏକ ବୈଠକ କରିଥିଲେ । ବୈଠକରେ ସ୍କୁଲ ବନ୍ଦ କରିବା ସହ ଜାନୁଆରୀ ୬ ରୁ ରାତି ୧୦ ଟାରୁ ୬ ଟା ପର୍ୟ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ । ଏ ନେଇ ଯୋଗୀ ସମସ୍ତ ଜିଲ୍ଲାପାଳ ମାନଙ୍କୁୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜିଲ୍ଲାରେ ସକ୍ରିୟ ମାମଲା ୧୦୦୦ରୁ ଅଧିକ ଆସୁଛି । ସେହି ଜିଲ୍ଲା ଗୁଡ଼ିକରେ ଜିମ୍, ସ୍ପା, ସିନେମା ହଲ୍, ରେଷ୍ଟୁରାଣ୍ଟ ଇତ୍ୟାଦି ୫୦ ପ୍ରତିଶତ ଲୋକଙ୍କ ଦ୍ୱାରା ଚଳାଇବାକୁ କହିଛନ୍ତି । ବିବାହା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକଙ୍କୁ ଅନୁମତି ନଦେବାକୁ କୁଯାଯାଇଛି ।

Comments are closed.