ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ସଂକ୍ରମିତ ବୋଲି ବୁଧବାର ଜଣାପଡିଛି। ମୁଖ୍ୟମନ୍ତ୍ରୀ ନିଜେ ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ଲକ୍ଷଣ ଦେଖିବା ମାତ୍ରେ କୋଭିଡ ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜକୁ ନିଜେ ଆଇସୋଲେଟେଟ କରି ରଖିବା ସହ ଡାକ୍ତରଙ୍କ ପରାମର୍ଶ ପାଳନ କରୁଛନ୍ତି। ନିଜର କାର୍ଯ୍ୟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ପାଦନ କରୁଛନ୍ତି। ଉତ୍ତରପ୍ରଦେଶ ସରକାର ଆବଶ୍ୟକୀୟ ନିୟମ ପାଳନ ସହ ସମସ୍ତ ଗତିବିଧି ଉପରେ ନଜର ରଖିଛି। ଏହାସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋଭିଡ ପରୀକ୍ଷା କରାଇବା ସହ ସଠିକ ନିୟମ ପାଳନ କରନ୍ତୁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଟିକାର ପ୍ରଥମ ଡୋଜ୍‍ ୫ ମାର୍ଚ୍ଚରେ ନେଇଥିଲେ।

Comments are closed.