ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧିକୁ ୟୁପି କ୍ୟାବିନେଟର ସ୍ୱୀକୃତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କ୍ୟାବିନେଟ ମଙ୍ଗଳବାର ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଏକ ସହ ଟଙ୍କା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ବୈଠକରେ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକରେ କ୍ୟାବିନେଟ ସଞ୍ଜୟ ଗାନ୍ଧୀ ଆୟୁର୍ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟରତ ଆବାସିକ ଡାକ୍ତରମାନଙ୍କ ବୟସ ସୀମା ୩୫ରୁ ୩୭କୁ ବୃଦ୍ଧି କରାଯାଇଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି, ବାର୍ଦ୍ଧକ୍ୟ ଭତ୍ତା ଏକ ଶହ ଟଙ୍କା ବୃଦ୍ଧି ହୋଇ ୫ଶହ ଟଙ୍କା ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି, ୨୦୨୦ ସୁଦ୍ଧା ରୟ ବରେଲୀରେ ନିର୍ମାଣ ହେବାକୁ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ – ଏଏମସ ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିବା ୭୬ଟି ବିପଦ ସଂକୁଳ କଥାକୁ ଭାଙ୍ଗିଦେବାକୁ କ୍ୟାବିନେଟ ଅନୁମତି ଦେଇଛି। ସେଥିରେ ୪୭ଟି ଟାଇପ-୧ ଓ ୨୯ଟି ଟାଇପ-୩ କୋଠା ରହିଛି। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଉତ୍ତର ପ୍ରଦେଶରେ ସହକାରୀ ଶିକ୍ଷକ ପଦବୀ ପାଇଁ ବିଇଡି ଶହ ମୌଳିକ ପ୍ରଶିକ୍ଷଣ ପ୍ରମାଣପତ୍ର (ବିଟିସି) ବାଧ୍ୟତାମୂଳକ କରାଯାଇଛି।

ଏଥି ସହ ମଦ ପ୍ରସ୍ତୁତ ସମ୍ବନ୍ଧିତ ୧୯୬୧ ଅଧିନିୟମର ଷଷ୍ଠ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଫଳରେ ରାଜ୍ୟରେ ମଦ ପ୍ରସ୍ତୁତି ପାଇଁ ପୂର୍ବରୁ ଥିବା ଲାଇସେନ୍ସ ଫି ୨୫ ହଜାରରୁ ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଦୈନିକ ୬ଶହ ଲିଟର ମଦ ପ୍ରସ୍ତୁତି ପାଇଁ ଅନୁମତି ଦିଆଯିବ। ହୋଟେଲ, ରେସ୍ତୋରା ଏବଂ ପବର ଲାଇସେନ୍ସ ନବୀକରଣ ପାଇଁ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

Comments are closed.