ଟୋଲଗେଟ ଉଠାଇ ନେଲେ ଦୁର୍ବୁତ୍ତ, ଥାନାରେ ଅଭିଯୋଗ

ମୁରିବାହାଲ: ମୁରିବାହାଲ ଥାନା ଇଛାପଡା ପଂଚାୟତ ଅନ୍ତର୍ଲା ଗ୍ରାମରେ ଥିବା ଲାନ୍ଥ ନଦୀ ଟୋଲ ଗେଟକୁ ଦୁର୍ବୁତ୍ତମାନେ ଉଠାଇ ନେଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଛି। ଅନ୍ତର୍ଲା ଟୋଲ ଗେଟରେ ଓବିସିସି ଟୋଲଗେଟ ଇନଚାର୍ଜ ରୂପେ କାର୍ଯ୍ୟ କରୁଥିବା ଭବାନିପାଟଣା ଥାନା ତୁରକେଲ ଗ୍ରାମର ଦେବେନ୍ଦ୍ର ପୁରୋହିତ ମୁରିବାହାଲ ଥାନାରେ ଦେଇଥିବା ଏତଲା ଅନୁଯାୟୀ ସେ ଗତ ୨୨.୦୭.୨୦ ରାତ୍ର ୯ ଟାରେ ଟୋଲ ଗେଟରେ କାର୍ଯ୍ୟରତ ଥିବା ବେଳେ ଅନ୍ତର୍ଲା ଗ୍ରାମର କ୍ଷୀର କୁମ୍ଭାର, ଜୟଦେବ ନାଗ ଓ ମଧୁ କୁମ୍ଭାର ଆସି ଦେବେନ୍ଦ୍ରକୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିଥିଲେ। ଆମ ପାଖରୁ ପଇସା ନେଉଛ ତୁମର ଟୋଲ ଗେଟକୁ ଉଠାଇ ନେବୁ ବୋଲି ଧମକ ଦେଇ ସେଠାରୁ ଚାଲିଯାଇଥିଲେ।

ତେବେ ରାତି ପ୍ରାୟ ୩ ଘଣ୍ଟା ସମୟରେ ଦେଖିଲା ବେଳକୁ ଟୋଲ ଗେଟର (ଟ୍ରଲି ) ଆଉ ସେଠାରେ ନଥିଲା। ତେଣୁ ରାତିରେ ଗଣ୍ଡଗୋଳ କରିଥିବା ବ୍ୟକ୍ତିମାନେ ହିଁ ଟୋଲ ଗେଟକୁ ଚୋରାଇ ନେଇଛନ୍ତି ବୋଲି ସେ ମୁରିବାହାଲ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ମୁରିବାହାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

Comments are closed.