ଆ​କ୍ରୋଶ ରଖି ଆଲୋକ ନାଥଙ୍କ ବିରୋଧରେ ମିଛ ଅଭିଯୋଗ ଆଣିଥିଲେ ନନ୍ଦା

0

ମୁମ୍ବଇ : ଅଭିନେତା ଆଲୋକ ନାଥଙ୍କ ବିରୋଧରେ ‘ମି ଠୁ’ ଅଭିଯାନକ୍ରମେ ଲେଖିକା ବିନତା ନନ୍ଦା ଆଣିଥିବା ବଳାତ୍କାର ଅଭିଯୋଗ ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ନନ୍ଦାଙ୍କ ପକ୍ଷରୁ ଆଗତ ମାମଲାରେ ଆଲୋକଙ୍କୁ ଆଗୁଆ ଜାମିନ ମିଳିଛି; କିନ୍ତୁ ମିଛ ରିପୋର୍ଟ ଆଧାରରେ ନନ୍ଦା ଉକ୍ତ ଅଭିଯୋଗ ଆଣିଥିଲେ ଏବଂ ଏହା ପଛରେ ବ୍ୟକ୍ତିଗତ ଆକ୍ରୋଶ ରହିଥିଲା ବୋଲି ବିଚାରପତି ମତ ଦେଇଛନ୍ତି। ଆଲୋକଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ନନ୍ଦା ମିଛ ତଥା କାଳ୍ପନିକ ଆରୋପ ଲଗାଇ ଗତ ବର୍ଷ ଅକ୍ଟୋବର ୮ରେ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ ବୋଲି ବିଚାରପତି ଏସ୍‌.ଏସ୍‌ ଓଝା କହିଛନ୍ତି। ଆଲୋକଙ୍କ ପତ୍ନୀ ଆଶୁ ଓ ନନ୍ଦା ୧୯୮୦ ଦଶକରେ ଏକାଠି ଚଣ୍ଡିଗଡ଼ରେ ପାଠ ପଢ଼ୁଥିଲେ। ପରେ ଏହି ତିନିଜଣ ଏକ ଟିଭି କାର୍ଯ୍ୟକ୍ରମ ପ୍ରଯୋଜନା ସଂସ୍ଥାରେ କାମ କରୁଥିଲେ। ନନ୍ଦାଙ୍କର ଆଲୋକଙ୍କ ପ୍ରତି ଏକପାଖିଆ ଭଲପାଇବା ଥିଲା; କିନ୍ତୁ ୧୯୮୭ରେ ଆଲୋକ ଅଶୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ପରେ ବିବାହ କରିଥିଲେ। ଏଥିରେ ନନ୍ଦା ଈର୍ଷାନ୍ବିତ ହୋଇଥିଲେ। ଏ ନେଇ ମନ ଭିତରେ ଥିବା ଆକ୍ରୋଶ ଯୋଗୁଁ ସେ ଆଲୋକଙ୍କ ବିରୋଧରେ ଆରୋପ ଆଣିଥିଲେ ବୋଲି ବିଚାରପତି ମତ ରଖିଛନ୍ତି। ଉ​‌େ​ଲ୍ଲଖଯୋଗ୍ୟ ଯେ ୧୯୯୮ରେ ଆଲୋକ ତାଙ୍କ ନିଶାସେବନ କରାଇ ବଳାତ୍କାର କରିଥିଲେ ବୋଲି ନନ୍ଦା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଥିଲେ।

Leave A Reply