୯ ମାସରେ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ: ବିଦେଶ ମନ୍ତ୍ରାଳୟ

0

ନୂଆଦିଲ୍ଲୀ: ଚଳିତ ବର୍ଷରେ ୯ ମାସରେ ପାକିସ୍ତାନ ୨୦୫୦ରୁ ଉର୍ଦ୍ଧ୍ବ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏଥିରେ ୨୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ରବିବାର ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ଯେ, ୨୦୦୩ର ଅସ୍ତ୍ରବିରତି ଚୁକ୍ତି ପାଳନ କରିବା ପାଇଁ ପାକିସ୍ତାନକୁ ପରାମର୍ଶ ଦିଆଯାଉଛି । ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମାରେ ଶାନ୍ତି ବଜାଇ ରଖିବାକୁ ପାକିସ୍ତାନକୁ କୁହାଯାଉଛି । ହେଲେ ପାକିସ୍ତାନ ଏହାକୁ ଭୃକ୍ଷେପ ନକରି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ବିନା କାରଣରେ ପାକିସ୍ତାନ ଚଳିତ ବର୍ଷ ୯ ମାସ ମଧ୍ୟରେ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ।

ଶନିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ, ଆତଙ୍କବାଦ ଉପରେ ଲଗାମ ନ ରଖିଲେ ପାକିସ୍ତାନ ବିଭାଜିତ ହେବାକୁ କେହି ରୋକି ପାରିବେ ନାହିଁ । ସେ ଆହୁରି କହିଥିଲେ ଭାରତରେ ସଂଖ୍ୟାଲଘୁ ସୁରକ୍ଷିତ ଥିଲେ, ସୁରକ୍ଷିତ ଅଛନ୍ତି ଏବଂ ସୁରକ୍ଷିତ ରହିବେ । ଭାରତ ଜାତି ଧର୍ମରେ ଲୋକଙ୍କୁ ବିଭାଜିତ କରେ ନାହିଁ ।

Leave A Reply