ଆର୍ଥିକ ସଙ୍କଟରେ ଜାତିସଂଘ!

0

ଜେନେଭା: ଜାତିସଂଘ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଜାତିସଂଘ ମହାସଚିବ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ଲେଖିଥିବା ପତ୍ରରୁ ଏହା ସ୍ପଷ୍ଟ ହୋଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରର ଲେଖିଥିବା ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପୂର୍ବବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅର୍ଥ ଆଗମନ ଅତି ମନ୍ଥର ହୋଇଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅଂଶଦାନରେ ଘଟିଥିବା ହ୍ରାସ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏଭଳି ଅବସ୍ଥା ଜାରି ରହିଲେ ଆଉ ମାତ୍ର କିଛି ଦିନ ପରେ ଜାତିସଂଘ ଅର୍ଥଶୂନ୍ୟ ହୋଇପଡ଼ିବ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଜାତିସଂଘର ୧୩.୪ ବିଲିୟନ ଡଲାରର ବଜେଟ୍‍ ପ୍ରସ୍ତୁତ ହୋଇଛି। ଗତ ୨୬ ତାରିଖ ସୁଦ୍ଧା ୧୯୩ଟି ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୧୨ଟି ରାଷ୍ଟ୍ର ନିୟମିତ ସେମାନଙ୍କ ଅଂଶଦାନ ପ୍ରଦାନ କରି ଆସୁଛନ୍ତି। ଭାରତ ଚଳିତ ବର୍ଷ ୧୭.୯୧ ନିୟୁତ ଡଲାର ଦେଇଛି। ଅଂଶଦାନ କରି ନଥିବା ଦେଶ ମଧ୍ୟରେ ଆମେରିକା, ପାକିସ୍ତାନ ଭଳି ରାଷ୍ଟ୍ର ଅଛନ୍ତି। ଆମେରିକା ସର୍ବାଧିକ ଅଂଶଦାନ କରୁଥିବା ବେଳେ ଅନ୍ୟଦେଶମାନେ ସେମାନଙ୍କ ଅଂଶଦାନ ପରିମାଣ ବୃଦ୍ଧି କରନ୍ତୁ ବୋଲି ଦାବି କରି ଆସୁଛି।

Comments
Loading...