ଉନ୍ନାଓ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିବା ମହିଳା ଉପରେ ମାଡିଗଲା ଟ୍ରକ, ତାଙ୍କ ମା ଓ ଖୁଡୀ ମୃତ

ଉନ୍ନାଓ .- ଉନ୍ନାଓରେ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତା ଉନ୍ନାଓର ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ବିଧାୟକ ଏବେ ଜେଲ୍‌ରେ ଅଛନ୍ତି  । ପୂର୍ବରୁ ପୀଡିତାଙ୍କ ବାପାଙ୍କୁ ବିଧାୟକଙ୍କ ସାନ ଭାଇ ଓ ସମର୍ଥକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ଅଛି । ଶନିବାରରେ ପୀଡିତା , ତାଙ୍କ ମାଆ ଓ ଖୁଡୀଙ୍କ ସହ ତାଙ୍କ ଓକିଲ ଜଣେ ସମ୍ପର୍କୀୟଙ୍କ ଘରକୁ ଏକ ଗାଡିରେ ଯାଉଥିଲେ । ଏହି ସମୟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୀଡିତାଙ୍କ ମାଆ ଓ ଖୁଡୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୀଡିତା ଓ ତାଙ୍କ ଆଇନଜୀବୀ ମହେନ୍ଦ୍ର ସିଂ ଗୁରୁତର ହୋଇଥିଲେ ।

ସେମାନଙ୍କୁ ଚିକିତ୍ସା ପାଇଁ କିଙ୍ଗ ଜର୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ପୁଲିସ ଘଟଣାର ତଦନ୍ତ କରୁଛି । ପୀଡିତାଙ୍କୁ ଜାଣିଶୁଣି ହତ୍ୟା ଉଦ୍ୟମ କରାଯାଇଛି ବୋଲି ତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି ।

Comments are closed.