ଉନ୍ନାଓ ପୀଡିତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୩ ପୁଲିସ କର୍ମୀ ନିଲମ୍ବିତ

ଲକ୍ଷ୍ମୌ .- ଉନ୍ନାଓ ପୀଡିତାଙ୍କର ସୁରକ୍ଷା ପାଇଁ ନିୟୋଜିତ ଥିବା ସୁରକ୍ଷା କର୍ମୀ ଦୁର୍ଘଟଣା ସମୟରେ ତାଙ୍କ ସହ ନଥିଲେ । ପୀଡିତାଙ୍କୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କ ସହ କୌଣସି ପୁଲିସ କର୍ମୀ ତାଙ୍କ ସହ ନଥିବା ନେଇ ବିରୋଧି ଦଳମାନଙ୍କ ପକ୍ଷରୁ ପ୍ରଶ୍ନ୍ କରାଯ।ଇଥିଲା ।

କାର୍ଯ୍ୟରେ ଅବହେଳାପାଇଁ ଏହି ପୁଲିସ କର୍ମୀମାନଙ୍କୁ ନିଲମ୍ବିତ କରାଯାଇଛି । ନିର୍ଦେଶ ଅନୁସାରେ ପୀଡିତା ଯୁଆଡେ ବି ଯିବେ ତାଙ୍କ ସହ ଏହି ପୁଲିସ କର୍ମୀ ଯିବା ପାଇଁ ନିର୍ଦେଶ ଦିଆଯାଇଥିଲା । ମାତ୍ର ଏମାନେ କାର୍ଯ୍ୟରେ ଅବହେଳା କରିବା ସହ ତାଙ୍କ ସୁରକ୍ଷାରେ ଢିଲା କରିଥିବା ଅଭିଯୋଗ ହୋଇଛି ।

Comments are closed.