ଏପର୍ଯ୍ୟନ୍ତ ଅବିବାହିତ ଏହି ବଲିଉଡ ଅଭିନେତ୍ରୀ : ବିବାହକୁ ଅପେକ୍ଷା କରିଛନ୍ତି ପ୍ରଶଂସକ

ମୁମ୍ବଇ : ଚଳଚ୍ଚିତ୍ର ବ୍ୟତୀତ ବଲିଉଡ ତାରକାମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବହୁତ ଚର୍ଚ୍ଚିତ। ସେମାନଙ୍କ ପରିବାର, ସମ୍ପର୍କୀୟ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ଯୋଗୁଁ ଏହି ତାରକାମାନେ ହେଡଲାଇନରେ ରହିଥାନ୍ତି। ବଲିଉଡର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ହୋଇଥିବାବେଳେ କେତେକ ବିବାହ ନ କରିବା ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ, ଯେଉଁମାନେ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରହି ମଧ୍ୟ ଏପର୍ୟ୍ୟନ୍ତ ବିବାହ କରିନାହାନ୍ତି। ଏଥି ସହିତ ପ୍ରଶଂସକମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ମନ୍ତବ୍ୟ ଦେଇ ସେମାନଙ୍କ ବିବାହ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଅମିଷା ପଟେଲ:

ଅଭିନେତ୍ରୀ ଅମିଷା ପଟେଲଙ୍କ ଜନ୍ମଦିନ ଜୁନ୍ ୯ରେ ପଡେ। ଫିଲ୍ମ ‘କହୋ ନା ପ୍ୟାର ହୈ’ ସହିତ ତାଙ୍କ ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କରିଥିବା ଅମିଷା ପଟେଲ ଏବେ ବି ଅବିବାହିତ ଅଛନ୍ତି। ଯଦିଓ ସେ ପ୍ରସିଦ୍ଧ ନିର୍ମାତା- ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ଦୀର୍ଘ ସମୟ ଧରି ଡେଟ୍ କରିଥିଲେ, ତେବେ ବିବାହ ହୋଇପାରି ନ ଥିଲା। ୪୪ ବର୍ଷୀୟା ଅମିଷା ଏବେବି ଅବିବାହିତ ଅଛନ୍ତି।

ତବୁ:


ସେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତବୁଙ୍କୁ ୪୮ ବର୍ଷ ବୟସ, କିନ୍ତୁ ସେ ଏପର୍ୟ୍ୟନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଯଦିଓ ତବୁଙ୍କ ନାମ ଅନେକ କଳାକାରଙ୍କ ସହ ଜଡିତ ଅଛି, ମାତ୍ର ଏପର୍ୟ୍ୟନ୍ତ କୌଣସି ସମ୍ପର୍କ ବିବାହ ପର୍ୟ୍ୟାୟରେ ପହଞ୍ଚି ନାହିଁ।

କୋଇନା ମିତ୍ର:

ଅଭିନେତ୍ରୀ କୋଇନା ମିତ୍ର ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ବର୍ତ୍ତମାନ ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି। କୋଇନା ମିତ୍ରଙ୍କୁ ୩୬ ବର୍ଷ, କିନ୍ତୁ ସେ ଏପର୍ୟ୍ୟନ୍ତ ଅବିବାହିତ ଅଛନ୍ତି। କୋଇନା ଏକ୍ ଖିଲାଡି ଏକ ହାସିନା, ଅପନା ସପ୍ନା ମନି ମନି ଏବଂ ଅନାମିକା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଗତ ବର୍ଷ ସେ ଅଭିନେତା ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସ୍ ୧୩ ରେ ନଜର ଆସିଥିଲେ।

ସୁସ୍ମିତା ସେନ୍:

ସେ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସୁସ୍ମିତା ସେନଙ୍କୁ ୪୪ ବର୍ଷ ବୟସ, କିନ୍ତୁ ସେ ଏପର୍ୟ୍ୟନ୍ତ ବିବାହ କରିନାହନ୍ତି। ତେବେ ସେ ଦୀର୍ଘ ଦିନ ଧରି ପ୍ରେମିକ ରୋହମାନ ଶାଲଙ୍କୁ ଡେଟ କରୁଥିଲେ। ସୁସ୍ମିତାଙ୍କର ଦୁଇ ପାଳିତ କନ୍ୟା ରିନି ଏବଂ ଆଲିଶା ସେନ୍ ଅଛନ୍ତି।  ସେ କେବେ ବିବାହ କରିବେ ସେ ସମ୍ପର୍କରେ ଏପର୍ୟ୍ୟନ୍ତ ପ୍ରକାଶ କରି ନାହାଁନ୍ତି।

ସାକ୍ଷୀ ତନୱାର:

ସେ ଛୋଟ ପରଦାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ଆହୁରି ମଧ୍ୟ ସାକ୍ଷୀ ତନୱାର ଆମିର ଖାନଙ୍କ ସହ ଦଙ୍ଗଲ ଫିଲ୍ମରେ ନଜର ଆସିଛନ୍ତି। ସାକ୍ଷୀ ତନୱାର ବିବାହ କରିନାହାନ୍ତି। ତାଙ୍କୁ ୪୭ ବର୍ଷ ବୟସ, କିନ୍ତୁ ସେ ଏପର୍ୟ୍ୟନ୍ତ ବିବାହ କରିବାକୁ ଚିନ୍ତା କରିନାହାଁନ୍ତି। ତେବେ, ୨୦୧୮ ମସିହାରେ ସେ ଦୀତ୍ୟା ତନୱାର ନାମକ ଏକ ଝିଅକୁ ଗ୍ରହଣ କରିଛନ୍ତି।

Comments are closed.