ସେପ୍ଟେମ୍ବର ୧ରୁ ଅନ୍‌ଲକ୍‌-୪: ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ:ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌-୪ ଲାଗୁ ହେବ। ଏଥିପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଥିବାବେଳେ ଏଥିପାଇଁ ଏସ୍‌ଓପି ଜାରି ହେବ ବୋଲି କୁହାଯାଇଛି। ଅପରପକ୍ଷରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈନିକ ସମାବେଶକୁ ଅନୁମତି ମିଳିଛି। ସର୍ବାଧିକ ୧୦୦ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି।

ଅନ୍‌ଲାଇନ୍‌ ଶିକ୍ଷାଦାନ ଜାରି ରହିବ, ଅଧିକ ପ୍ରୋତ୍ସାହିତ କରାଯିବ। ସ୍କୁଲକୁ ୫୦% ଶିକ୍ଷକ ଆସିବେ, ଅନ୍‌ଲାଇନ୍‌ ଶିକ୍ଷାଦାନ କରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିବ। ସ୍କୁଲ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଶିକ୍ଷକଙ୍କଠାରୁ ପାଠ ବୁଝିବାକୁ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ। ଆଇଟିଆଇ ଗୁଡ଼ିକରେ ଟ୍ରେନିଂ ଦେବାକୁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।

ସର୍ବସାଧାରଣ ସ୍ଥାନ, କାର୍ଯ୍ୟକ୍ଷେତ୍ର, ଗାଡ଼ିରେ ଯିବାବେଳେ ମାସ୍କ ଜରୁରୀ। ସର୍ବସାଧାରଣ ସ୍ଥାନରେ ପରସ୍ପର ଭିତରେ ୬ଫୁଟ ଦୂରତ୍ବ ରଖିବା ଆବଶ୍ୟକ। ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରଖିବେ ଦୋକାନୀ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। ମାସ୍କ, ସାମାଜିକ ଦୂରତ୍ବ ପାଳନ କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇଛି।

ଅନ୍‌ଲକ୍‌-୪ରେ ମାସ୍କ ପିନ୍ଧାବା ବାଧ୍ୟତାମୂଳକ କରାଯାଇଛି। ଧର୍ମାଲ୍‌ ସ୍କାନିଂ, ସାମାଜିକ ଦୂରତ୍ବ ବଜାୟ, ହାତଧୋଇବା ଜରୁରୀ ବୋଲି କୁହାଯାଇଛି। ପୂର୍ବଭଳି ବାହାଘର ୫୦ ଓ ଶୁଦ୍ଧି କାର୍ଯ୍ୟ ପାଇଁ ୨୦ଜଣଙ୍କୁ ଅନୁମତି ମିଳିବ। ସେପ୍ଟେମ୍ବର ୨୦ ପରେ ଉଭୟ କାର୍ଯ୍ୟ ପାଇଁ ଶହେଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ।

ପୂର୍ବଭଳି ସିନେମା ହଲ୍‌, ସ୍ବିମିଂପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ ପାର୍କ ଆଦି ବନ୍ଦ ରହିବ। ପୂର୍ବଭଳି ସେପ୍ଟେମ୍ବର ୨୧ରୁ ଓପେନ୍‌ ଏୟାର୍‌ ଥିଏଟରକୁ ଅନୁମତି ଦିଆଯିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ ଡାଉନ୍‌ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ। ଜିଲାସ୍ତରରେ ଛୋଟ ଛୋଟ ଆକାରରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ସ୍ଥିର ହେବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକଙ୍କ ଯିବାଆସିବାକୁ ବାରଣକୁ କଡ଼ାକଡ଼ି କରାଯିବ।

କେନ୍ଦ୍ର ସରକାରଙ୍କ ଅନୁମତି ବିନା ଲକ୍‌ଡାଉନ୍ ଲାଗୁ କରାଯାଇ ପାରିବ ନାହିଁ। ରାଜ୍ୟ ଭିତରେ ବା ରାଜ୍ୟ ବାହାରେ ଲୋକଙ୍କୁ ଯାଆସକୁ ବାରଣ ନାହିଁ। ବୟସ୍କ, ରୋଗଗ୍ରସ୍ତ ଏବଂ ଶିଶୁମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଅନୁମତି ବିନା ଲକ୍‌ଡାଉନ୍ ଲାଗୁ କରାଯାଇ ପାରିବ ନାହିଁ। ରାଜ୍ୟ ଭିତରେ ବା ରାଜ୍ୟ ବାହାରେ ଲୋକଙ୍କୁ ଯାଆସକୁ ବାରଣ ନାହିଁ। ବୟସ୍କ, ରୋଗଗ୍ରସ୍ତ ଏବଂ ଶିଶୁମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ କରିବା କ୍ଷମତା କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦେଇଥିଲେ, ମାତ୍ର ଏହାକୁ ଅନଲକ-୪ରେ ପ୍ରତ୍ୟାହାର କରି ନିଆଯାଇଛି। କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ରାଜ୍ୟ, ଜିଲ୍ଲା ଓ ସବ୍‌ଡିଭିଜନ୍‌, ସହର ଓ ଗ୍ରାମାଞ୍ଚଳରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିବେ ନାହିଁ। କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଏପରି କରାଯାଇ ପାରିବ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି।

Comments are closed.