ଅନଲକ୍ ୩ୟ ପର୍ଯ୍ୟାୟ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ଖୋଲିବ ଯୋଗ ଓ ବ୍ୟାୟାମଶାଳା

କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି 

ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି
ଅଗଷ୍ଟ 31 ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳରେ ଲକଡାଉନ
କଡାକଡି

ଆସନ୍ତା ଅଗଷ୍ଟ ପହିଲାଠାରୁ ଦେଶରେ ଲାଗୁହେବ ଅନଲକ୍-୩ ।  ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କ​‌ରେ ମାର୍ଗଦର୍ଶିକା ଜାରି ହୋଇଛି । ନୂତନ ମାର୍ଗଦର୍ଶିକା ଅନୁସାରେ
•    ରାତ୍ରୀକାଳୀନ ଯାତାୟାତ ଓ କର୍ଫ୍ୟୁକୁ ହଟାଇ ଦିଆଯାଇଛି
•    ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳାଗୁଡିକୁ ଆସନ୍ତା ମାସ ୫ ତାରିଖଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ ଦିଆଯାଇଛି । ତେବେ  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଜାରି ସାମାଜିକ ଦୂରତ୍ଵକୁ ଅନୁକରଣ ବାଧ୍ୟତାମୂଳକ।
•    ସ୍ଵାଧୀନତା ଦିବସ ସମାରୋହ ସାମାଜିକ ଦୂରତ୍ଵ ସହ ପାଳନ କରିବାକୁ ଅନୁମତି ଦିଆଯିବ । ସମାରୋହ ପାଳନ ସମୟରେ ମାସ୍କ ବ୍ୟବହାର କରିବାକୁ ପଡିବ । ଏସଂକ୍ରାନ୍ତରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୨୧ତାରିଖ ଦିନ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ପଡିବ ।
•    ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ବିସ୍ତୃତ ଆଲୋଚନା ପରେ ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟରଗୁଡିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
•    ବନ୍ଦେ ଭାରତ ମିଶନ ଅଧୀନରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରାକୁ ଅନୁମତି ଦିଆଯାଇଛି ।
•    ସମସ୍ତ କାର୍ଯ୍ୟକଳାପ ନିମ୍ନରେ ଦର୍ଶାଯାଇଥିବା ବିଷୟ ବ୍ୟତୀତ ଆବଦ୍ଧାଞ୍ଚଳ ବାହାରେ ଅନୁମତି ପ୍ରଦାନ କରାଯିବ
•    କଣ୍ଟେନମେଣ୍ଟ ଜୋନରେ  ଲକଡାଉନ ନିୟମାବଳୀଗୁଡିକୁ ଅଗଷ୍ଟ୩୧ ପର୍ଯ୍ୟନ୍ତ କଡାକଡି ପାଳନ କରାଯିବ । କରୋନା ସଂକ୍ରମଣ ରୋକିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଆବଦ୍ଧାଞ୍ଚଳଗୁଡିକୁ ଗୃହ ମନ୍ତ୍ରଣାଳୟର ନିୟମାନୁସାରେ ପୃଥକ ରଖିବେ । କେବଳ ଜରୁରୀକାଳୀନ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କୌଣସିକୁ ଅନୁମତି ଦିଆଯିବ ନାହିଁ । •    ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଆବଦ୍ଧାଞ୍ଚଳ ସମ୍ପର୍କିତ ସମସ୍ତ ତଥ୍ୟ ଜିଲ୍ଲାପାଳଙ୍କ ୱେବସାଇଟରେ ସ୍ଥାନିତ କରାଯିବ । ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ଅବଗତ ରହିବେ ।
•    ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷ ଆବଦ୍ଧାଞ୍ଚଳଗୁଡିକର କାର୍ଯ୍ୟକଳାପକୁ କଡାକଡି ଭାବେ ତଦାରଖ କରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳଗୁଡିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିୟମାବଳୀଗୁଡିକୁ ତଦାରଖ କରାଯିବ ।
ରାଜ୍ୟଗୁଡିକ ଆବଦ୍ଧାଞ୍ଚଳଗୁଡିକର ବାହାରେ କାର୍ଯ୍ୟକଳାପଗୁଡିକ ଉପରେ ନିଷ୍ପତ୍ତି ନେବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପରିସ୍ଥିତିର ସମୀକ୍ଷା କରି ଆବଦ୍ଧାଞ୍ଚଳ ବାହାରେ କେଉଁ ବିଷୟରେ ଅନୁମତି ଦିଆଯିବ ବା ନ ଦିଆଯିବ ତାହା ସ୍ଥିର କରିବେ । ତେବେ ଆନ୍ତଃରାଜ୍ୟ ଓ ଅନ୍ତରାଜ୍ୟ ମଧ୍ୟରେ ଜନସାଧାରଣ ଜିନିଷପତ୍ର ନେବା ଆଣିବାରେ କୌଣସି ବାଧା ରହିବ ନାହିଁ । ଏପ୍ରକାରର ଚଳାଚଳ ନିମନ୍ତେ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ପଡିବ ନାହିଁ ।
କୋଭିଡ-୧୯ ପରିଚାଳନା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହେବ । ଦୋକାନଗୁଡିକ ଗ୍ରାହକମାନଙ୍କ ମଧ୍ୟରେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବେ । ଜାତୀୟ ନିୟମାବଳୀ ପାଳନ ସମ୍ପର୍କରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ କଡାକଡି ଭାବେ ତଦାରଖ କରିବେ ।

Comments are closed.