ଅନଲକ୍ ୨.୦: ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ-କଲେଜ-ଜିମ୍-ସିନେମା ହଲ ବନ୍ଦ

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଆସନ୍ତାକାଲି ଠାରୁ ଅନଲକ-୨ରେ ପୂର୍ବ ଅପେକ୍ଷା କେତେକ କ୍ଷେତ୍ରରେ ଥିବା କଟକଣାରେ ଅଧିକ କୋହଳ କରିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କଣ ରହିବ ଅନଲକ-୨ର ସୁବିଧା ଓ କଟକଣା ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ, କଲେଜ, ଜିମ୍, ମଲ ଆଦି ବନ୍ଦ ରହିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ରାଜ୍ୟ ସରକାର ଲକ ଡାଉନ ସମୟରେ ଜୀବନ ଜୀବିକା ଉପରେ ଗୁରୁତ୍ୱ ଦେଉଛନ୍ତି ତେଣୁ କେନ୍ଦ୍ରର ନିର୍ଦ୍ଦେଶାବଳୀରେ କିଛିଟା ପରିବର୍ତ୍ତନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଏବଂ ଏସପିମାନଙ୍କ ସହ କରୋନା ବିଷୟ ଆଲୋଚନା କରି ୯ଟି ପଏଣ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି ଓ ସେଗୁଡିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ନିୟମଗୁଡିକ ହେଉଛି
– ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ପଦକ୍ଷେପ ନେବେ
– ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ
– ମାସ୍କ ନ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ନ ରଖୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କଠୋର ପଦକ୍ଷେପ
– ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ
– ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା
– କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ
– ପ୍ରଶାସନର ବରିଷ୍ଠ ଅଧିକାରୀ ସତର୍କ ରହିବେ
– ସରକାରୀ କାର୍ଯ୍ୟାଳୟକୁ କରୋନାଠୁ ଦୂରେଇ ରଖିବା
– ଘରୋଇ ହସ୍ପିଟାଲଗୁଡ଼ିକ ନିମନ୍ତେ ସତର୍କତାମୂଳକ ପଦକ୍ଷେପ

– ପ୍ରତି ଶନିବାର ଓ ରବିବାର ସାରା ରାଜ୍ୟରେ ଲାଗୁ ହେବ ସଟ ଡାଉନ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ କୋଭିଡ କେୟାର ହୋମରେ ୧୦ଟି ଶଯ୍ୟା ରହିବ ଏବଂ ଆବଶ୍ୟକ ସ୍ଥଳେ ଅଧିକ ଶଯ୍ୟା ବ୍ୟବସ୍ଥା କରାଯିବା  ସରପଞ୍ଚ ସେଗୁଡିକର ଦାୟିତ୍ୱରେ ରହିବେ। କରୋନା ଲକ୍ଷଣଯୁକ୍ତ ଲୋକମାନଙ୍କୁ ସେଠାରେ ଆଇସୋଲେସନରେ ରଖାଯିବ। ସେ କହିଛନ୍ତି ଯେ ରାଜ୍ୟରେ ୧୬ ହଜାର ୮୨୪ଟି ସଙ୍ଗରୋଧ କେନ୍ଦ୍ର ଥିଲା ଯେଉଁଥିରେ ଏବେ ମାତ୍ର ୧ ଲକ୍ଷ ୫ ହଜାର ଲୋକ ସଙ୍ଗରୋଧରେ ରହିଥିବା ବେଳେ ୭ଲକ୍ଷ ୪୬ହଜାର ୯୮ ଜଣଙ୍କୁ ଡିସଚାର୍ଜ କରାଯାଇସାରିଛି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା କଣ୍ଟେନମେଣ୍ଟ ଅଂଚଳ ପାଇଁ ଜାରି ନିୟମାବଳୀକୁ ଗ୍ରହଣ କରିଥିବା ମୁଖ୍ୟ ସଚିବ ସୂଚନା ଦେବା ସହ ସେହି ଅଂଚଳରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କହିଛନ୍ତି ।

ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ଜୁଲାଇ ୩୧ ଯାଏଁ କେଉଁ ବ୍ୟବସ୍ଥା ରହିବ ଓ ରହିବ ନାହିଁ ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି।
– ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳୀ ବନ୍ଦ ରହିବ
– କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ବ୍ୟତୀତ ସମସ୍ତ ଆନ୍ତର୍ଜାତିକ ବିମାନ ସେବା ବାତିଲ
– ସିନେମା ହଲ, ଜିମ୍ନାସିଅମ, ସ୍ୱଇମିଙ୍ଗ ପୁଲ, ଥିଏଟର, ଅଡିଟୋରିଅମ, ଆସେମ୍ବ୍ଲି ହଲ ବନ୍ଦ ରହିବ
– ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ ଓ ଧାର୍ମିକ ସମ୍ମେଳନ ଉପରେ ପ୍ରତିବନ୍ଧକ
– ସ୍କୁଲ, କଲେଜ, କୋଚିଂ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ କିନ୍ତୁ ଅଫିସ ଖୋଲା ରହିବା ସହ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରଙ୍କ ଅନୁମତି ପରେ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ହୋଇପାରିବ
– ପୂର୍ବ ଭଳି ରେସ୍ତୋରାଁ, ହୋଟେଲ ଏବଂ ରାସ୍ତା କଡ ଢାବାରୁ କେବଳ ଖାଦ୍ୟ ପାର୍ସଲ ନେଇ ହେବ
– ଜିଲ୍ଲାପାଳ ଓ ଅନ୍ୟ ପ୍ରାଧୀକୃତ ସ୍ଥାନୀୟ ସାଧାରଣ ପ୍ରଶାସନର ଅଧିକାରୀଙ୍କ ଅନୁମତି ମିଳିଲେ ସପିଙ୍ଗ ମଲ ଖୋଲାଯାଇ ପାରିବ
– ସାରା ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବା
– ରାତ୍ରିକାଳୀନ କର୍ଫ୍ୟୁ ସମୟରେ ପୁଲିସ, କର୍ତ୍ତବ୍ୟରତ ସରକାରୀ କର୍ମଚାରୀ, ସରକାରୀ ଓ ବେସରକାରୀ ଡାକ୍ତର, ମେଡିକାଲ କର୍ମଚାରୀ, ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀ, ଔଷଧ ଦୋକାନୀ ଓ ସମସ୍ତ ଶିଳ୍ପ କର୍ମଚାରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ
– ଶାରୀରିକ ଦୂରତା ବଜାୟ ରଖି ସମସ୍ତ ନିର୍ମାଣ କାର୍ଯ୍ୟକୁ ଅନୁମତି
–  ସଟ୍ଡ଼ାଉନ ସମୟରେ ଯାତ୍ରୀ ପରିବହନ ସେବା ବନ୍ଦ ରହିବ; କିନ୍ତୁ ବସ ଟର୍ମିନାଲ, ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଆସିବା ପାଇଁ ଅନୁମତି ମିଳିବ
– ପେଟ୍ରୋଲ ପମ୍ପ ଓ ସିଏନଜି ଷ୍ଟେସନ ଖୋଲା ରହିବ
– କଟକ-ଭୁବନେଶ୍ୱର ମଧ୍ୟରେ ବୈଦୁତିକ ଓ ଛାପା ଗଣମାଧ୍ୟମ କର୍ମଚାରୀଙ୍କୁ ଯାତାୟାତ ପାଇଁ ଅନୁମତି

– ୫୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲା ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ାକୁ ଜୋନ-୧ ଘୋଷଣା

– ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି, ମାସ୍କ ନ ପିନ୍ଧିଲେ ଜୋରିମାନା

– ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ

Comments are closed.