୧୫ ଅଗଷ୍ଟ : କିଛି ଜଣା କିଛି ଅଜଣା

ଦୀର୍ଘ ଦିନ ଧରି ଇଂରେଜ ଶାସନାଧୀନ ଥିବା ଭାରତ ଅନେକ ଚେଷ୍ଟା, କଷ୍ଟ ଓ ତ୍ୟାଗ ବଳରେ ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତରିଖରେ ସ୍ୱାଧୀନତା ହାସଲ କଲା। ତେବେ ଅଗଷ୍ଟ ୧୫ ତାରିଖକୁ ନେଇ ଆହୁରି ଏପରି କିଛି କଥା ଅଛି ଯାହା ହୁଏତ ଖୁବ୍‍ କମ୍‍ ଲୋକଙ୍କୁ ଜଣାଥିବ। ଆସନ୍ତୁ ଜାଣିବା ୧୫ ଅଗଷ୍ଟ ବିଷୟରେ କିଛି ଜଣା ଅଜଣା କଥା-

୧. ଭାରତର ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀ ଥିଲେ କିନ୍ତୁ ଏହି ସ୍ମରଣୀୟ ମୁହୂର୍ତ୍ତରେ ସେ ଉପସ୍ଥିତ ରହି ପାରି ନ ଥିଲେ । ଏହି ସମୟରେ ଜାତିର ପିତା ପଶ୍ଚିମବଙ୍ଗର ନୋଆଖାଲିଠାରେ ଚାଲିଥିବା ଏକ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ରୋକିବାକୁ ଅନଶନ ଜାରି ରଖିଥିଲେ ।

୨. ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ନେଇ ନେଇ ସ୍ଥିର ହେବା ପରେ ଜବାହାରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହାତ୍ମା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ପଠାଇଥିଲେ । ଏହି ପତ୍ରରେ ସେମାନେ ଗାନ୍ଧୀଙ୍କୁ ଜଣେ ରାଷ୍ଟ୍ରପିତା ଭାବରେ ଉପସ୍ଥିତ ରହି ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।

୩. ଅଗଷ୍ଟ ୧୫, ୧୯୪୭ରେ ଦେଶ ସ୍ୱାଧୀନତା ହାସଲ କରିଥିଲେ ମଧ୍ୟ ସେ ସମୟରେ ଦେଶ ନିକଟରେ କୌଣସି ରାଷ୍ଟ୍ରଗୀତ ନଥିଲା । ୧୯୧୧ରେ ରବୀନ୍ଦ୍ର ନାଥ ଟାଗୋର “ଜଣ ଗନ ମନ” ଲେଖି ସାରିଥିଲେ ଏହା ୧୯୫୦ରେ ସ୍ୱୀକୃତି ଲାଭ କରିଥିଲା ।

୪. ୧୫୧୯ ମସିହା ଅଗଷ୍ଟ ୧୫ରେ ପାନାମା ସହର ଗଠନ ହୋଇଥିଲା ।

୫. ୧୭୭୨ ମସିହା ଅଗଷ୍ଟ ୧୫ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ବିଭିନ୍ନ ଜିଲ୍ଲାରେ ସିଭିଲ ଓ ଅପରାଧିକ ଅଦାଲତ ଗଠନ କରିବା ନେଇ ନିଷ୍ପତ୍ତି ନେଇଥିଲେ ।

୬. ୧୮୫୪ ମସିହା ଅଗଷ୍ଟ ୧୫ରେ ହିଁ ଇଷ୍ଟ ଇଣ୍ଡିଆ ରେଳ କଲିକତାରୁ ହୁଗୁଳୀ ପର୍ଯ୍ୟନ୍ତ ପ୍ରଥମ ଯାତ୍ରୀବାହି ଟ୍ରେନ ଚଳାଇଥିଲେ ।

୭. ୧୮୭୨ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ସଂଗ୍ରାମୀ ଅରବିନ୍ଦ ଘୋଷ ଜନ୍ମ ଗ୍ରହଣ କରିଥିଲେ ।

Comments are closed.