ଅଜଣା ଯୁବକର ମୃତ ଦେହ ଉଦ୍ଧାର

ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ ଗୁରୁପାଲି ଗ୍ରାମ ନିକଟରେ ଆଜି ଜଣେ ଅଜଣା ଯୁବକର ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯୁବକର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଥାନା ଅଧିକାରୀ ଧବଲେଶ୍ୱର ସାହୁ କହିଛନ୍ତି। ମୃତ ଯୁବକ କିଛି ମାସ ହେଲା ଏହି ଅଞ୍ଚଳ ରେ ଭିକ୍ଷା ବୃତ୍ତି କରୁଥିଲା ବୋଲି ସ୍ଥାନୀୟ ଅଧିବାସୀଙ୍କ ସୁତ୍ରରୁ ଜଣାପଡିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

Comments are closed.