ଏଣିକି ସବୁଠି ସମାନ ହେବ ପାଠ୍ୟକ୍ରମ

0

ଭୁବନେଶ୍ୱର : ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ସମାନ ରହିବ। ଏହା ସହିତ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ମାନେ ସର୍ବନିମ୍ନ ୪୫ପ୍ରତିଶତ ନମ୍ବର ରଖିଥିବା ଜରୁରୀ। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସବୁ ବିଶ୍ୱବିଦ୍ୟାଳର କୁଳପତି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply