ପଞ୍ଚାୟତିରାଜ ଦିବସ ପାଇଁ ସ୍କୁଲକଲେଜ ଓ ବିଶ୍ବବିଦ୍ୟାଳୟ ଛୁଟି

ଭୁବନେଶ୍ବର: ଆସନ୍ତାକାଲି ପାଳନ ହେବ ପଞ୍ଚାୟତିରାଜ ଦିବସ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ଉପଲେକ୍ଷ ସରକାରୀ ଛୁଟି ଘୋଷଣା କରାଯାଇଛି। ଫଳରେ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟର ସମସ୍ତ ସ୍କୁଲକଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ରାଜ୍ୟର ସବୁ ବିଶ୍ବବିଦ୍ୟାଳୟର କୁଳପତି ଏବଂ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛୁଟି ଘୋଷଣା ପାଇଁ ପଦକ୍ଷେପ ନେବାକୁ ସେଥିରେ ଉଲ୍ଲେଖ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସବୁ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଜୁନିଅର କଲେଜ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ଆସନ୍ତାକାଲି(ଶୁକ୍ରବାର) ପଞ୍ଚାୟତିରାଜ ଦିବସ ପାଇଁ ସବୁ ସ୍କୁଲକଲେଜ ବନ୍ଦ ରଖିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Comments are closed.