ସାମାଜିକ ଦୂରତ୍ୱ ରକ୍ଷା ଲାଗି ୟୁନିଟ- ୧ ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର: ୨୧ ଦିନର ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିବା ବେଳେ ବଜାର ମାନଙ୍କରେ ଭିଡ ଦେଖିବାକୁ ମିଳୁଛ। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବୁଧବାର ୟୁନିଟ- ୧ ହାଟକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏହି ନିୟମ ଆଜିଠୁ ୪୫ ଦିନ  ଯାଏ ଲାଗୁ ହେବ । ୟୁନିଟ- ୧ ହାଟକୁ  ଭୁବନେଶ୍ୱରର ଏଜି ଛକସ୍ଥିତ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି । କିଛି ପରିବା ବ୍ୟବସାୟୀ ମଧ୍ୟ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିବେ ବୋଲି ଜଣାପଡିଛି ।

ଏହାକୁ ବ୍ୟବସାୟୀମାନେ ସ୍ବାଗତ କରିଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରି ବ୍ୟବସାୟ କରିବେ ବୋଲି କହିଛନ୍ତି  ।

Comments are closed.