MEllora 950×100

ସନସାଇନ ହସ୍ପିଟାଲରେ ହୀରାୟାମା ରୋଗରେ ପୀଡିତ ମେଡିକାଲ ଛାତ୍ରର ବିରଳ ଅସ୍ତ୍ରୋପଚାର

ଡେସ୍କ: ଉତ୍ତରପ୍ରଦେଶ ସ୍ଥିତ ରାଏବରେଲି ଏମ୍ସର ଜଣେ ମେଡିକାଲ ଦ୍ଵିତୀୟ ବର୍ଷର ଛାତ୍ର ହୀରାୟାମା ନାମକ ଏକ ବିରଳ ସ୍ନାୟୁ ରୋଗରେ ପୀଡିତ ଥିଲେ। ଦିନକୁ ଦିନ ଏହି ରୋଗର ପ୍ରାଦୁର୍ଭାବ ସାଙ୍ଘାତିକ ଭାବେ ବଢିଯାଇଥିଲା। ଫଳରେ ଗତ ୨ମାସ ହେବ, ସେ ସ୍ଵତଃପ୍ରବୃତ ଭାବେ ଚଳିବାରେ ଅକ୍ଷମ ହେଉଥିଲେ। ତେଣୁ ସେ ଏହି ରୋଗର ଚିକିତ୍ସା କରାଇବା ପାଇଁ ଦେଶର ବହୁ ସୁନାମଧନ୍ୟ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ବିଫଳ ହୋଇଥିଲେ। ଶେଷରେ ସେ ସନସାଇନ ହସ୍ପିଟାଲର ନ୍ୟୁରୋ ଏବଂ ସ୍ପାଇନ ସର୍ଜରୀ ବିଭାଗର ବିଶେଷଜ୍ଞ ଡ଼ାକ୍ତର ଆତ୍ମ।ରଞ୍ଜନ ଦାଶଙ୍କୁ ଭେଟିଥିଲେ।

ଡ଼ାକ୍ତର ଆତ୍ମରଞ୍ଜନ ଦାଶ ଏବଂ ସନସାଇନ ହସ୍ପିଟାଲ ର ନ୍ୟୁରୋ ଏବଂ ସ୍ପାଇନ ସର୍ଜରୀ ବିଭାଗର ପ୍ରମୁଖ ବ୍ରିଗେଡିୟର ପ୍ରଫେସର୍ ଡ଼ାକ୍ତର ପ୍ରଫୁଲ୍ଲ କୁମାର ସାହୁ ତଥା ନ୍ୟୁରୋଲଜୀ ବିଭାଗର ମୁଖ୍ୟ ଡ଼ାକ୍ତର ପୟୋଦ କୁମାର ଜେନା ଏବଂ ଅନ୍ୟ ସହଯୋଗୀ ମାନଙ୍କ ମିଳିତ ଉଦ୍ୟମରେ ଏହି ବିରଳ ରୋଗର ଅସ୍ତ୍ରୋପଚାର ଯୋଜନା କରାଯାଇଥିଲା। ଚଳିତ ବର୍ଷ ନଭେମ୍ବର ୩୦ ଦିନ ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥାରେ ଅବିଶ୍ୱସନୀୟ ଉନ୍ନତି ପରିଲିକ୍ଷିତ ହୋଇଥିଲା। ବର୍ତ୍ତମାନ ଏହି ଛାତ୍ର ଜଣକ ସ୍ନାୟୁବିକ ଯନ୍ତ୍ରଣାରୁ ଉପଶମ ପାଇବା ସହ ସ୍ଵତଃପ୍ରବୃତ ଭାବେ ଚାଲିବୁଲି ପାରିବାରେ ସକ୍ଷମ ହେଉଛନ୍ତି।

ଏଥିପାଇଁ ସେ ଡ଼ାକ୍ତର ଆତ୍ମ।ରଞ୍ଜନ ଦାଶ ଏବଂ ସନସାଇନ ହସ୍ପିଟାଲର ନ୍ୟୁରୋଲଜୀ ତଥା ନ୍ୟୁରୋ ଏବଂ ସ୍ପାଇନ ସର୍ଜରୀ ବିଭାଗକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ, ଡ଼ାକ୍ତର ଆତ୍ମ।ରଞ୍ଜନ ଦାଶ ଜଣେ ସୁନାମଧନ୍ୟ ନ୍ୟୁରୋ ଏବଂ ସ୍ପାଇନ ସର୍ଜରୀ ବିଶେଷଜ୍ଞ ଯିଏକି ବିଭିନ୍ନ ଜଟିଳ ତଥା ଅତ୍ୟାଧୁନିକ ମସ୍ତିଷ୍କ ଏବଂ ମେରୁଦଣ୍ଡ ଜନିତ ସମସ୍ୟାର ସନସାଇନ୍ ହସ୍ପିଟାଲରେ ସଫଳତାର ସହ ଚିକିତ୍ସା କରି ସାରା ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଛନ୍ତି।

Comments are closed.