ଜନ୍ମ ନେଲା ଅଦ୍ଭୁତ ଶିଶୁ

0

ମାଲକାନଗିରି : ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଡ଼େଲମେଟଲା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ଶହ-ଶହ ଲୋକେ ଶିଶୁଟିକୁ ଦେଖିବା ପାଇଁ ଡାକ୍ତରଖାନାରେ ଭିଡ଼ ଜମାଇଥିଲେ।

ସୂଚନା ଅନୁସାରେ, ଗୁରୁବାର ସକାଳେ କୋଡ଼େଲମେଟଲା ଗ୍ରାମର ଭୀମା କାବାସିଙ୍କ ପତ୍ନୀ ମୁକେ କାବାସି ଘରେ ଗୋଟିଏ ଅଜବ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁଟିର ମୁଣ୍ଡ ପଛପଟେ ଆଉ ଏକ ମୁଣ୍ଡ ପରି ମାଂସ ପିଣ୍ଡୁଳା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ଶିଶୁଟିକୁ ନିକଟସ୍ଥ ଏମଭି-୧୯ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଶିଶୁର ଚିକିତ୍ସା ପରେ ତାକୁ ମାଲକାନଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ଶିଶୁର ଅବସ୍ଥା ଦେଖି ତାକୁ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁ ମୁଣ୍ଡରେ ଟ୍ୟୁମର ହୋଇଥାଇପାରେ ବୋଲି କୁହାଯାଉଛି।

Leave A Reply