ବୈଷ୍ଣବଙ୍କୁ ରେଳ ଓ ଆଇଟି, ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ, ବିଶ୍ଵେଶ୍ଵରଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି

ବୁଧବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ବିଭାଗ ବଣ୍ଟନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ମିଳିଥିବା ବେଳେ ଅମିତ ଶାହାଙ୍କୁ ଗୃହ ମନ୍ତ୍ରାଳୟ ସହ ସମନ୍ୱୟ ମନ୍ତ୍ରାଳୟ ମିଳିଛି। ସେହିପରି ମନସୁଖ ମାଣ୍ଡବୀୟଙ୍କୁ ସ୍ୱାସ୍ଥ୍ୟ ଏବଂ ସାରା ଓ ରସାୟନ ମନ୍ତ୍ରାଳୟ ମିଳିଛି ଓ ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।

ଅଶ୍ୱନୀ ବୈଷ୍ଣବଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ଵ ଦିଆଯାଇଛି। ସେ ରେଳ ଏବଂ ଆଇଟି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି। ପିୟୁଷ ଗୋଏଲଙ୍କୁ ବୟନଶିଳ୍ପ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ, ପୁରୁଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ଏବଂ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ସେହିପରି ରାଷ୍ଟ୍ରମନ୍ତ୍ରୀ ଭା​ବେ ଶପଥ ଗ୍ରହଣ କରିଥିବା ବିଶ୍ଵେଶ୍ଵର ଟୁଡୁଙ୍କୁ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରଣାଳୟର ଦାୟିତ୍ଵ ଦିଆଯାଇଛି।

 

Comments are closed.