ଜାମ୍ମୁ ଓ କାଶ୍ମୀର ଗସ୍ତ କଲେ ୩୦ରୁ ଊର୍ଦ୍ଧ୍ବ କେନ୍ଦ୍ରମନ୍ତ୍ରୀ : ଶୁକ୍ରବାର ଶେଷ ହେବ ସଚେତନନତା ଅଭିଯାନ

ଶ୍ରୀନଗର :  ଜାମ୍ମୁ କାଶ୍ମୀରରେ ହୋଇଥିବା ବିକାଶ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସଚେତନନତା ସୃଷ୍ଟି ଅଭିଯାନର ଅଂଶ ସ୍ୱରୂପ ୧୦ଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କର ଏକ ଦଳ ଗୁରୁବାର ସେଠାକୁ ଗସ୍ତ କରି ବିଭିନ୍ନ ଜିଲ୍ଲା ଓ ବ୍ଲକ୍‍ ପରିଦର୍ଶନ କରୁଛନ୍ତି । ଆଜିକୁ ମିଶାଇ କ୍ରମାନ୍ୱୟରେ ୬ ଦିନ ଧରି ଏହି ଅଭିଯାନ ଏଠାରେ ଚାଲିଛି । ମନ୍ତ୍ରୀମାନଙ୍କର ଏହି ଦଳ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍‍ଘାଟନ କରିବା ସେମାନେ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଲ୍‍ ଗେଟ୍‍ରୁ ହଜରତବଲ୍‍ ପର୍ଯ୍ୟନ୍ତ ଐତିହ୍ୟ ଆଲୋକ ଲଗାଯିବା ପ୍ରକଳ୍ପ, ସମଗ୍ର ଜାମ୍ମୁ କାଶ୍ମୀରରେ ବହୁମୁଖୀ ଜଳଯୋଗାଣ ଯୋଜନା, ଷ୍ଟାଡିୟମ୍‍ ନିର୍ମାଣ, ବାଳିକାମାନଙ୍କ ପାଇଁ ଛାତ୍ରୀନିବାସ, ସଡ଼କ ଓ ତହସିଲ ଅଫିସ୍‍ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ଆଦି
ଉଦ୍‍ଘାଟନ କାର୍ଯ୍ୟ ଅନ୍ତର୍ଭୁକ୍ତ ।

କେନ୍ଦ୍ରମନ୍ତ୍ରୀ  ଜି. କିଷନରେଡ୍ଡୀ, ରବିଶଙ୍କର ପ୍ରସାଦ ଓ ଶ୍ରୀପଦ ନାୟକ ମନିଗାମ୍‍ଗନ୍ଦରବଲ, ବାରମୂଳା ଓ ଶ୍ରୀନଗର ଗସ୍ତ କରୁଛନ୍ତି। ସେହିପରି ପୁରୁଷୋତ୍ତମ ରୁପାଲା, ରେଣୁକା ସିଂ, ଅଙ୍ଗାରୀ ସୁରେଶ, ସୋମ ପ୍ରକାଶ,ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଫଗନ ସିଂ ଓ ରାମେଶ୍ୱର ତେଲି ପ୍ରମୁଖ ଜାମ୍ମୁ ଡିଭିଜନର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି ।
ଏପର୍ଯ୍ୟନ୍ତ ପ୍ରାୟ ସପ୍ତାହେରୁ ଅଧିକ ସମୟ ଧରି ୩୦ରୁ ଊର୍ଦ୍ଧ୍ବ କେନ୍ଦ୍ରମନ୍ତ୍ରୀ ସମଗ୍ର ଜାମ୍ମୁ ଓ କାଶ୍ମୀରକୁ ଗସ୍ତ କରିସାରିଛନ୍ତି ।  ମନ୍ତ୍ରୀମାନେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଲୋକମାନଙ୍କୁ ଅବଗତ କରାଉଛନ୍ତି ଓ ସରକାର ଆରମ୍ଭ କରିବାକୁ ଥିବା ନୂଆ ନୂଆ ପ୍ରକଳ୍ପ ବିଷୟରେ ଲୋକମାନଙ୍କୁ ଜଣାଉଛନ୍ତି। ମନ୍ତ୍ରୀମାନଙ୍କର ଏହି ଗସ୍ତକୁ ଜନସାଧାରଣ
ସ୍ୱାଗତ କରିବା ସହ ସେମାନଙ୍କୁ ବ୍ୟାପକ ସହଯୋଗ କରୁଛନ୍ତି। ଆସନ୍ତାକାଲି ଏହି ଅଭିଯାନର ପରିସମାପ୍ତି ଘଟିବ।

Comments are closed.