ବିଭିନ୍ନ ରାଜ୍ୟରେ ଅଟକିଥିବା ଓଡ଼ିଆଙ୍କ ସମସ୍ୟା ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସି ଯୋଗେ ଆଲୋଚନା କରିଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଓଡ଼ିଶାର ଭାଇ ଓ ଭଉଣୀମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଏବଂ ସେମାନଙ୍କର ରହିବା, ଖାଇବା, କରୋନା ସତର୍କତା ଓ ସୁରକ୍ଷା ନେଇ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ବିଶେଷ ଭାବରେ ଶ୍ରମିକମାନଙ୍କର ତାଲିକା ଓ ଫୋନ ନମ୍ବର ପ୍ରସ୍ତୁତ କରି ସେମାନଙ୍କ ସହ ଯୋଗାଯୋଗ ରଖାଯାଉଛି। ବିଭାଗୀୟ ମନ୍ତ୍ରଣାଳୟର ଅଫିସ ଓ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରୁ ସଂପୃକ୍ତ ରାଜ୍ୟ ପ୍ରଶାସନ ବିଶେଷ ଭାବରେ କଲେକ୍ଟରମାନଙ୍କ ସହ ଯୋଗାଯୋଗ କରରାଯାଉଛି। ସମସ୍ତେ ଯେପରି କେରୋନା ସୁରକ୍ଷା ମାନି ପାରିବେ ତଥା ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ଆମେ ଯତ୍ନବାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.