ଇନଭେଷ୍ଟ ଇଣ୍ଡିଆକୁ ଓସିଓ ଗ୍ଲୋବାଲ ପୁରସ୍କାର

ନୂଆଦିଲ୍ଲୀ : ଇନଭେଷ୍ଟ ଇଣ୍ଡିଆ, ପୁଞ୍ଜି ନିବେଶ ବିକାଶ ଏଜେନ୍ସୀ-୨୦୨୧ ପୁରସ୍କାର ଳାଭ କରିଥିବାରୁ  ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ତାକୁ ଅଭିନନ୍ଦନ ଜଣାଇଛନ୍ତି।
ଓସିଓ ଗ୍ଲୋବାଲ ଦ୍ୱାରା ଇନଭେଷ୍ଟମେଣ୍ଟ ପ୍ରମୋସନ ଏଜେନ୍ସୀ-୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ଗୋୟଲ କହିଛନ୍ତି କୋଭିଡ-୧୯ ସତ୍ତ୍ବେ ଭାରତ ନୂଆ ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ପୁଞ୍ଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିପାରିଛି। ଶ୍ରୀ ଜାବଡେକର କହିଛନ୍ତି ଏହା ଭାରତ ପାଇଁ ଏକ ଗୌରବର ମୁହୂର୍ତ୍ତ।

Comments are closed.