ଭାରତ ତରଫରୁ ଶୋକ ସନ୍ଦେଶ ଦେବା ପାଇଁ ୨ ଦିନିଆ କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କୁଏତର ସମ୍ରାଟ ଶେକ୍ ସବାହ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାହଙ୍କ ବିୟୋଗର ଭାରତର ଶୋକ ସନ୍ଦେଶ ଦେବା ପାଇଁ ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ସନ୍ଦେଶ ପତ୍ରକୁ କୁଏତର ନୂଆ ସମ୍ରାଟ ଶେକ୍ ନୱାଫ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାହଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରଦାନ କରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବିଭିନ୍ନ ବୈଠକରେ ଯୋଗ ଦେବା ସହ, କୁଏତରେ ଥିବା ଭାରତୀୟ ସମ୍ପ୍ରଦାୟ ତଥା ଓଡିଆ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଆସନ୍ତାକାଲି କୁଏତର ନୂଆ ସମ୍ରାଟ ଶେକ୍ ନୱାଫ୍ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାହ୍ ଓ କୁଏତର ତୈଳ ମନ୍ତ୍ରୀ ଡ. ଖାଲିଦ ଅଲ୍ଲୀ ମହମ୍ମଦ ଅଲ୍ – ଫାଦେଲ ସହ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.