ବିଦେଶରେ ଥିବା ଓଡିଆଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

• ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଆଣିବା ନିଷ୍ପତି ସ୍ୱାଗତଯୋଗ୍ୟ
• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ : ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି କ୍ରମେ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଭୁବନେଶ୍ୱର ଆଣିବାକୁ ସାମାଜିକ ଗଣମାଧ୍ୟମରେ ବୈଦେଶିକ ମନ୍ତ୍ରୀ ଡା. ଏସ୍‍. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ତ୍ରେଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏ ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି ଯେ ବିଦେଶରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସଠିକ୍‍ ସମୟରେ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବୈଦେଶିକ ମନ୍ତ୍ରୀ ଡା. ଏସ୍‍. ଜୟଶଙ୍କରଙ୍କୁ ଧନ୍ୟବାଦ। ଭାରତ ସରକାରଙ୍କ ଏହି ନିଷ୍ପତି ସ୍ୱାଗତଯୋଗ୍ୟ ।
ରବିବାର ସେ ଉପସାଗରୀୟ ଦେଶ ଗୁଡିକରେ ରହୁଥିବା ଓଡିଆ ସମୁଦାୟଙ୍କ ସହ କଥା ହୋଇଥିଲେ। ଏହି ଅବସରରେ ସେମାନଙ୍କ ଅନୁରୋଧକ୍ରମେ ବିଦେଶରେ ରହୁଥିବା ଓଡିଆଙ୍କୁ ଫେରାଇ ଆଣାଯିବା ପାଇଁ ସେ ବିଚାର କରିବେ ବୋଲି କହିଥିଲେ । ଅନୁରୂପ ଭାବେ ଉପରୋକ୍ତ ନିଷ୍ପତି ଅନୁଯାୟୀ
ଉପସାଗରୀୟ ଦେଶ ସହ ଅନ୍ୟ ଦେଶରେ ରହୁଥିବା ଓଡିଆ ଭାଇ ଭଉଣୀଙ୍କୁ ସିଧା ଓଡିଶା ଆଣିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Comments are closed.