ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଭାରତବର୍ଷର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ : ଧର୍ମେନ୍ଦ୍ର ପ୍ରଧାନ

ମୋଦୀ ସରକାରଙ୍କ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ କୋଭିଡ୍‍ ଟିକା ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‍

-ଦେଶର ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
-ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଖୋଲା ବଜାରକୁ ଦେବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆସନ୍ତା ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍‍-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍‍ କରିବ ଏବଂ ଏହି ଜଟିଳ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି କହିଛନ୍ତି।
ଦେଶର ସର୍ବବୃହତ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ଡୋଜ୍‍ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଖୋଲା ବଜାରକୁ ଦେବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହି ନିଷ୍ପତ୍ତି ଅଧିକ ନାଗରିକମାନଙ୍କୁ ଟିକା ନେବାରେ ସହାୟକ ହେବା ସହ ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Comments are closed.