କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ କରିବା ପରେ ନିଜର କରୋନା ପରୀକ୍ଷା କରାଇଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । କରୋନା ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି।  ଏ ନେଇ ସେ ଟୁଇଟ କରି ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ନିଵେଦନ କରିଛନ୍ତି ।


ସୂଚନାଯୋଗ୍ୟ ନିକଟରେ ବିହାର ନିର୍ବାଚନ ପ୍ରଚାର ପାଇଁ ବିହାରରେ ଥିଲେ କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ। ବିହାର ନିର୍ବାଚନ ପାଇଁ ବିଜେପିର ଷ୍ଟାର ପଚାରକ ଥିବା କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀ ଗୋପାଳଗଞ୍ଜରେ ଏକ ନିର୍ବାଚନ ସଭା କରିଥିଲେ।

Comments are closed.