ଡିଆରଡିଓ ପକ୍ଷରୁ ବାଲେଶ୍ୱରରେ କୋବିଡ କେୟାର ହସପିଟାଲ ଲାଗି ରାଜ୍ୟ ସରକାର ପ୍ରସ୍ତାବ ପଠାନ୍ତୁ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ନୂଆଦିଲ୍ଳୀ : ବାଲେଶ୍ୱର ଠାରେ ଡିଆରଡିଓ ପକ୍ଷରୁ ଏକ ଅକ୍ସିଜେନ ଶଯ୍ୟା ଓ ଆଇସିୟୁ ଶଯ୍ୟା ବିଶିଷ୍ଟ କୋବିଡ କେୟାର ହସପିଟାଲ ସ୍ଥାପନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଅନୁରୋଧ କରିଛନ୍ତି।
ଶ୍ରୀ ଷଡଙ୍ଗୀ ପତ୍ରରେ ଲେଖିଛନ୍ତି ଯେ ଦେଶରେ ବିଭିନ୍ନ ସ୍ଥାନରେ କୋବିଡ ସଂକ୍ରମଣ ବଢୁଥିବା କାରଣରୁ ଡିଆରଡିଓ ଏହା ବରୋଧରେ ଲଢେଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦେଶର ବିଭିନ୍ନ ସ୍ଥାନରେ ଏକ ଅକ୍ସିଜେନ ବେଡ ଓ ଆଇସିୟୁ ବେଡ ବିଶିଷ୍ଟ ଅସ୍ଥାୟୀ କୋବିଡ ହସପିଟାଲ ନିର୍ମାଣ କରୁଛି।
ବାଲେଶ୍ୱରରେ ଡିଆରଡିଓର ସମନ୍ୱିତ ଟେଷ୍ଟ ରେଂଜ ରହିଛି। ଆବଶ୍ୟକତା ସମୟରେ ଡିଆରଡିଓ ସବୁବେଳେ ସ୍ଥାନୀୟ ଲୋକଙ୍କ ସାଙ୍ଗରେ ଠିଆ ହୋଇଛି। ବାଲେଶ୍ୱରରେ କୋବିଡ ସଂଖ୍ୟା ବଢୁଥିବା କାରଣରୁ ଡିଆରଡିଓକୁ ଏ ସମ୍ପର୍କରେ ପ୍ରସ୍ତାବ ପଠାଇବାକୁ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

Comments are closed.