ଦେଶରେ ଆର୍ଥିକ ମାନ୍ଦାବସ୍ଥା ନାହିଁ – କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ମୁମ୍ବାଇ: ଦେଶରେ କୌଣସି ପ୍ରକାର ଆର୍ଥିକ ମାନ୍ଦାବସ୍ଥା ଥିବା ପ୍ରସଙ୍ଗକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରତ୍ୟାଖାନ କରିଛନ୍ତି। ଏହି ବିଷୟକୁ ସାବ୍ୟସ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର କହିଛନ୍ତି, ଗାନ୍ଧୀ ଜୟନ୍ତୀରେ ଦେଶରେ ରିଲିଜ ହୋଇଥିବା ତିନୋଟି ଚଳଚ୍ଚିତ୍ର ଗୋଟିଏ ଦିନରେ ୧୨୦ କୋଟି ଟଙ୍କା ଆୟ କରିଛି ତେଣୁ ଆର୍ଥିକ ମାନ୍ଦାବସ୍ଥା ଥିବା କହିବା ଭୁଲ। ଶନିବାର ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହା କହିଛନ୍ତି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସମ୍ବାଦଦାତାଙ୍କ ପକ୍ଷରୁ ରବିଶଙ୍କରଙ୍କୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ଯଦି ଆର୍ଥିକ ଅବସ୍ଥା ଖରାପ ଥାନ୍ତା ତା ହେଲେ ଫିଲ୍ମ ସବୁ ବକ୍ସ ଅଫିସରେ ଏତେ ଆୟ କେମିତି କରିଥାନ୍ତ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଛୁଟି ଦିବସ ଥିବାବେଳେ ୩ଟି ଫିଲ୍ମ ୧୨୦ କୋଟି ଆୟ କରିବା ଆର୍ଥିକ ଭଲ ଅବସ୍ଥା ପ୍ରଦର୍ଶନ କରୁଥିବା ମନ୍ତ୍ରୀ କହିଛନ୍ତି। ଜାତୀୟ ସାମ୍ପଲ ସର୍ଭେ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଗତ ୪୫ ବର୍ଷ ମଧ୍ୟରେ ବେକାରୀ ସଂଖ୍ୟା ସର୍ବାଧିକ ବୋଲି ଯାହା ଦର୍ଶାଯାଇଛି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ରବିଶଙ୍କର କହିଛନ୍ତି।

Comments are closed.