କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ନିତିନ ନିଜେ ଟ୍ୱିଟ୍‍ କରି ସୂଚନା ଦେଇଥିବା ବେଳେ, ତାଙ୍କ ନିକଟରେ ସାମନ୍ୟ ଲକ୍ଷଣ ଥିବା ସେ କହିଛନ୍ତି । ତାହା ସହ ଟ୍ୱିଟରେ ସେ ଆହୁରି କହିଛନ୍ତି କି, ମୁଁ କରୋନାର ସମସ୍ତ କଟକଣା ପାଳନ କରୁଛି । ନିଜକୁ ସଙ୍ଗରୋଧରେ ରଖିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ମୋ ସସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରହିବା ସହ କରୋନା ଟେଷ୍ଟ କରାଇନିଅନ୍ତୁ । ଅନ୍ୟପଟେ ଆଜି ଦିଲ୍ଲୀର ଆର୍ମି ହସ୍ପିଟାଲର ଡାକ୍ତରଙ୍କ ଏକ ଟିମ୍ ନିତିନଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି ।

Comments are closed.