ନଭେମ୍ବର ୮ରେ କରତାରପୁର କରିଡର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ନଭେମ୍ବର ୮ରେ କରତାରପୁର କରିଡର ଉଦଘାଟନ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ହରସିମତ କୌର ବାଦଲ ସୂଚନା ଦେଇଛନ୍ତି। ହରସିମତ ଟ୍ୱିଟ କରି କହିଛନ୍ତି କହିଛନ୍ତି, ମୋଦୀ ସମ୍ମନ୍ୱିତ ତନଖି ଫାଟକର ଉଦଘାଟନ କରିବେ। ସେ ଟ୍ୱିଟ କରି ଆହୁରି କହିଛନ୍ତି ଯେ କଂଗ୍ରେସର ୭୨ ବର୍ଷ ଶାସନ କାଳରେ ଯାହା ସମ୍ଭବ ହୋଇ ପାରି ନ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେହି ଭୁଲକୁ ସଂଶୋଧନ କରାଯାଇ ପାରିଛି।

ପାକିସ୍ଥାନର କରତାରପୁରକୁ ଭାରତ ପଟୁ ଶ୍ରଦ୍ଧାଳୁଙ୍କ ଠାରୁ ସେବା କର ଆଦାୟକୁ ମନ୍ତ୍ରୀ ଜଜିଆ କର ସହ ତୁଳନା କରିଛନ୍ତି। ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗୁରୁ ନାନାକଙ୍କ ୫୫୦ତମ ପ୍ରକାଶ ପର୍ବ ଉତ୍ସବରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ୨୦୧୮ରେ ଭାରତ ଏବଂ ପାକିସ୍ତାନ ଉଭୟ କରତାରପୁର କରିଡର ସ୍ଥାପନ ପାଇଁ ସହମତ ହୋଇଥିଲେ।

Comments are closed.