ଶରୀର ଦାନ କଲେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ମା’

ନୂଆଦିଲ୍ଳୀ : କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ମା’ଙ୍କର ରବିବାର ପରଲୋକ ହୋଇଛି। ହୃଦ୍‌ଘାତରେ ମା’ଙ୍କର ପରଲୋକ ହୋଇଥିବା ନେଇ ମନ୍ତ୍ରୀ ସୋସିଆଲ ମିଡିଆରେ ସୂଚନା ନେଇଛନ୍ତି। ପରଲୋକ ପରେ ମା’ଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଚକ୍ଷୁ ଓ ଶରୀର ଦାନ କରାଯାଇଥିବା ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଚକ୍ଷୁ ଦୁଇଟିକୁ ଦିଲ୍ଲୀ ଏମ୍ସକୁ ଦାନ କରାଯାଇଥିବା ଶରୀରକୁ ମୌଲାନା ଆଜାଦ ମେଡିକାଲ କଲେଜକୁ ଦାନ କରାଯାଇଛି। ମନ୍ତ୍ରୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ପୂଜନୀୟା ମାତାଙ୍କ ଇଚ୍ଛା ଅନୁସାରେ ତାଙ୍କ ଚକ୍ଷୁ ଓ ଶରୀରକୁ ଦାନ କରାଯାଇଛି। ତାଙ୍କର ମହାନତା ଆମକୁ ସର୍ବଦା ପ୍ରେରଣା ଯୋଗାଇବ।’

Comments are closed.