ଭାରତରେ ରହିବ ତ ‘ଭାରତ ମାତା କି ଜୟ’ କହିବାକୁ ପଡିବ – ଧର୍ମେନ୍ଦ୍ର

ପୁନେ: ନାଗରିକତା ସଂଶୋଧିତ ଆଇନ, ୨୦୧୯କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ଓ ହିଂସା ଦେଖାଦେଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଆସିଛି। ଗତକାଲି ପୁନେଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୫୪ତମ ରାଜ୍ୟ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ ଧର୍ମେନ୍ଦ୍ର କହିଥିଲେ, ଭାରତରେ ରହିବାକୁ ହେଲେ ଭାରତ ମାତା କି ଜୟ କହିବାକୁ ପଡିବ।

ନାଗରିକତା ସଂଶୋଧିତ ଆଇନ ୨୦୧୯ ଉପରେ ସେ କହିଥିଲେ ଯେ ଭଗତ ସିଂ ଓ ସୁବାଷ ବୋଷଙ୍କ ବଳିଦାନକୁ କଣ ଭୁଲିଯାଇ ହେବ?ସେ ପ୍ରଶ୍ନ କରିଥିଲେ ଯେ ସ୍ୱାଧୀନତାର ୭୦ ବର୍ଷ ପରେ ଏ ଦେଶରେ ନାଗରିକମାନଙ୍କୁ ଗଣିବା ବା ଗଣିବା ନାହିଁ, ସେଥିପାଇଁ କଣ ସ୍ୱାଧୀନତା ସଂଗ୍ରାମ କରାଯାଇଥିଲା? ଆମେ କଣ ଏ ଦେଶକୁ ଧର୍ମଶାଳା କରିଦେବା?

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଯିଏ ଆସିବ ସେ କଣ ଏଇଠି ରହିବ? ଏ ନେଇ ପ୍ରତ୍ୟେକ ନାଗରିକ ସେମାନଙ୍କ ଚିନ୍ତାଧାରା ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଭାରତ ମାତା କି ଜୟ କହିବା ଦେଶରେ ଅପରିହାର୍ଯ୍ୟ ହେବା ଆବଶ୍ୟକ ବୋଲି କହିବା ସହ ଏହା କହୁଥିବା ଲୋକେ କେବଳ ଏଠି ରହିବେ ବୋଲି ସେ କହିଥିଲେ।

Comments are closed.