କରୋନା ବିରୁଦ୍ଧରେ ମୋଦୀ ଦେଶବାସୀଙ୍କୁ ଏକାଠି କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ସପରିବାର ଘଣ୍ଟି ବଜାଇ ସେବା ପ୍ରଦାନକାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧନ୍ୟବାଦ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ରବିବାର ‘ଜନତା କର୍ଫ୍ୟୁ’  ଅବସରରେ କରୋନା ଭାଇରସ ବିରୁଦ୍ଧରେ ଲଢି ଦେଶବାସୀଙ୍କ ସେବାରେ ଲାଗି ଥିବା ବ୍ୟକ୍ତିବିଶେଷଙ୍କୁ ନିର୍ଦ୍ଧାରିତ ସମୟରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସପରିବାର ତାଳି ବଜାଇବା ସହ ଘଣ୍ଟି ବଜାଇ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କରୋନା ଭାଇରସ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଏକାଠି କରିଛନ୍ତି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ବିଟ କରିବା ସହ ଧନ୍ୟବାଦ ଦେଇଛନ୍ତି । ଏହା ସହ ସେ କୋଭିଡ-୧୯ ଶୃଙ୍ଖଳାକୁ ଭାଙ୍ଖିବା ପାଇଁ ‘ଜନତା କର୍ଫ୍ୟୁ’କୁ ସମର୍ନଥ କରିବା କଥା ସେ ଉଲ୍ଲେଖ କରିଛନ୍ତି।

Comments are closed.