ଜଳବାୟୁ ପରିବର୍ତ୍ତନ : ବିକଶିତ ଦେଶମାନେ ୧୦ ହଜାର କୋଟି ଡଲାର ପ୍ରଦାନ କରନ୍ତୁ

ନୂଆଦିଲ୍ଲୀ :  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକଶିତ ଦେଶମାନେ ବିକାଶମୁଖୀ ଦେଶଗୁଡ଼ିକୁ ୧୦ ହଜାର କୋଟି ଡଲାର ଅର୍ଥ ହସ୍ତାନ୍ତର କରିବାକୁ ଦେଇଥିବା ପ୍ରତିଶ୍ରୁତିର ପୂରଣ କରିବା ଉଚିତ । ୨୦୦୯ରେ କୋପେନ୍‍ ହାଗେନରେ ଅନୁଷ୍ଠିତ ସିଓପି-୧୫ ର ପଞ୍ଚଦଶ ସମ୍ମିଳନୀରେ ବିକଶିତ ଦେଶମାନେ ୨୦୨୦ ସୁଦ୍ଧା ବିକାଶମୁଖୀ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ଶ୍ରୀ ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ପରିବେଶ ପାଇଁ ଜୀବନ ଶୈଳୀ- ଲାଇଫ ଅଭିଯାନ’ ଏଥିପାଇଁ ଆରମ୍ଭ କରାଯାଇଥିଲା । ଥରେ ବ୍ୟବହାର ଯୋଗ୍ୟ  ପ୍ଲାଷ୍ଟିକ୍‍ ବ୍ୟବହାର ନ କରି ଏହାର ବିକଳ୍ପ ପଦାର୍ଥ ବ୍ୟବହାର କରିବାକୁ ମନ୍ତ୍ରୀ ସାଧାରଣ ଜନାତଙ୍କୁ ଅନୁରୋଧ କରିଛନ୍ତି ।

Comments are closed.