ଭୁବନେଶ୍ବର ଏମ୍ସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣବାମୟ ପ୍ରତିମୂର୍ତ୍ତି ବୁଧବାର ଭୁବନେଶ୍ବର ଏମ୍ସ ପରିସରରେ ଉନ୍ମୋଚିତ ହୋଇଛି । ବୁଧବାର ବାଜପେୟୀଙ୍କ ୯୫ ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟଳଜୀଙ୍କ ପୂର୍ଣ୍ଣବାମୟ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଚେଷ୍ଠା ଫଳରେ ଗଢିଉଠିଥିବା ଭୁବନେଶ୍ବର ଏମ୍ସ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କହିଥିଲେ। ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ୟ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଯୋଗଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଭୁବନେଶ୍ୱର ଏମ୍ସର ହେଉଛି ଦେଶର ପ୍ରଥମ ଏମ୍ସ ଯାହାର ଶିଳାନ୍ୟାସ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ପ୍ରଧାନମନ୍ତ୍ରୀତ୍ବ କାଳରେ ୨୦୦୩ ମସିହା ଜୁଲାଇ ୧୫ କରିଥିଲେ। ଆଜି ବାଜପେୟୀଙ୍କ ୯୫ ତମ ଜନ୍ମବାର୍ଷିକରେ ତାଙ୍କ ସ୍ବପ୍ନକୁ ପୂରଣ କରିବା ଏବଂ ଭୁବନେଶ୍ବର ଏମ୍ସରେ ଉନ୍ନତ ଧରଣର ଚିକିତ୍ସା ବ୍ୟବସ୍ଥା ଯୋଗେଇ ଦେବା ପାଇଁ ମଡ୍ୟୁଲାର ଅପରେସନ ଥିଏଟର, ଆଇସିୟୁ କମ୍ପେ୍ଲକ୍ସ ଓ କ୍ୟାଥ ଲ୍ୟବ ଉଦଘାଟନ କରାଯାଇଛି।

 

Comments are closed.