ଦେଶରେ ଟୀକା ଅଭାବ ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନଙ୍କ ଖଣ୍ଡନ
ନିଜର ଅକ୍ଷମତାକୁ ଲୁଚାଇବା ପାଇଁ କେତେକ ରାଜ୍ୟ ମିଥ୍ୟା ପ୍ରଚାର କରୁଛନ୍ତି
ନୂଆଦିଲ୍ଲୀ : ଦେଶରେ ଟିକା ଅଭାବ ଅଭିଯୋଗକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଗୁରୁବାର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଡ-୧୯ ଟିକା ଯୋଗାଣ ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି। ଦେଶରେ ଟିକାର କୌଣସି ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନେକ ଗୁଡିଏ ଟୁଇଟ୍ କରି ମନ୍ତ୍ରୀ କହିଛନ୍ତି ଯେ ଦେଶରେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ନଅ କୋଟିରୁ ଅଧିକ ଡୋଜ୍ କୋଭିଡ୍ -୧୯ ଟିକା ଦିଆଯାଇଛି। ସେ କହିଛନ୍ତି, ପ୍ରାୟ ଚାରି କୋଟି ତିରିଶ ଲକ୍ଷ ଟିକା ଟିକା ମହଜୁଦ ଅଛି ଏବଂ ଏହା ରାଜ୍ୟ ଗୁଡିକକୁ ପଠାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି।
Let’s put an end to fear mongering now!#COVID19Vaccine doses:
Total administered: 9 cr+
In stock/nearing delivery to states: 4.3 cr+Where does question of shortages arise?
We’re continuously monitoring & enhancing supply pic.twitter.com/NllmH3kifQ— Dr Harsh Vardhan (@drharshvardhan) April 8, 2021
ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଦଳ ଆଧାରରେ ନିର୍ଦ୍ଦିଷ୍ଟ ରାଜ୍ୟମାନଙ୍କୁ ଟିକା ପଠାଯାଉଥିବା ଅଭିଯୋଗ କରି କୁମ୍ଭୀର କାନ୍ଦଣା କେବଳ ଏକ ପ୍ରହସନ ଏବଂ ନିଜର ଅକ୍ଷମତାକୁ ଲୁଚାଇବା ପାଇଁ ଏହା ଏକ ମିଥ୍ୟା ପ୍ରୟାସ।
ସେ କହିଛନ୍ତି, ମହାରାଷ୍ଟ୍ର ଏବଂ ରାଜସ୍ଥାନ କୋଭିଡ -୧୯ ଟିକା ଆବଣ୍ଟନରେ ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରୁ ଦୁଇଟି। ସେ କହିଛନ୍ତି, ଏହି ଦୁଇ ରାଜ୍ୟ ଅଣ-ବିଜେପି ଶାସିତ ରାଜ୍ୟ।
ସେ ସୂଚନା ଦେଇଛନ୍ତି ଯେ ମହାରାଷ୍ଟ୍ରକୁ ଏକ କୋଟି ଛଅ ଲକ୍ଷ କୋଭିଡ -୧୯ ଟିକା ଡୋଜ ଯୋଗାଇ ଦିଆଯାଇଥିବାବେଳେ ରାଜସ୍ଥାନକୁ ଏକ କୋଟି ଚାରି ଲକ୍ଷ ଡୋଜ ଯୋଗାଇ ଦିଆଯାଇଛି।
Comments are closed.