ଜାନୁଆରୀ ୩ରେ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚଳିତ ଜାନୁଆରୀ ମାସ ୩ରେ କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ କେନ୍ଦ୍ରରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ସମସ୍ତ ସ୍ୱାଧୀନ ଦାୟିତ୍ୱରେ ଥିବା ରାଷ୍ଟ୍ର ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ସେଠାରେ କୃଷି କର୍ମଣ ପୁରସ୍କାର ପ୍ରଦାନ ଉତ୍ସବ, ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ ପରିଦର୍ଶନ ଏବଂ ୧୦୭ତମ ଜାତୀୟ ବିଜ୍ଞାନ କଂଗ୍ରେସ ଉଦ୍‍ଘାଟନ କରିବା ପରେ ଜାନୁଆରୀ ୩ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଓ ପରେ ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ।

Comments are closed.