ସିଭିସିଙ୍କ ନିଷ୍ପତ୍ତିର ତର୍ଜମା କରିବ ଏସଆଇଟି

0

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ଜାଞ୍ଚ ଏଜେନ୍ସି ସିବିଆଇରେ ଚାଳିଥିବା ବିବାଦର ସମାଧାନ କରିବାକୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିବାବେଳେ ବୁଧବାର ଏ ସମ୍ପର୍କରେ କେନ୍ଦ୍ର ସରକାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ବାବଦରେ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ସିବିଆଇର ବିଶ୍ୱାସନୀୟତାକୁ ବଳବତ୍ତର ରଖିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସିବିଆଇ ଉପରେ ଲାଗିଥିବା କାଳିମାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ବିଚିତ୍ର ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଦର୍ଶାଇ ଏହାର ସମାଧାନ ନିମନ୍ତେ ପଦକ୍ଷେପ ସମ୍ପର୍କିତ ସ୍ପଷ୍ଟିକରଣ ପ୍ରଦାନ କରିଥିଲେ। ସିବିଆଇ କେନ୍ଦ୍ର ସରକାର ଅଧିନରେ ନଥିବାରୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିବା ଶ୍ରୀ ଜେଟଲୀ ସ୍ୱୀକାର କରିଥିଲେ। ଏଭଳି ପରିସ୍ଥିତିରେ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ଠିକ୍‍ ନୁହେଁ ବୋଲି ଜେଟଲୀ ସ୍ପଷ୍ଟ କରିଛନ୍ତି।

Leave A Reply