କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମ୍ପାନୀ ଆଇନ, ୨୦୧୩ରେ ସଂଶୋଧନ ଲାଗି କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଧେୟକ, ୨୦୧୯କୁ ଅନୁମୋଦନ କରିଛନ୍ତି। ଏହି ବିଲ ତ୍ରୁଟିବିଚ୍ୟୁତି ମାମଲରେ ଏହି ଆଇନ ଅନ୍ତର୍ଗତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଉଚ୍ଛେଦ କରିବ। ବିଶ୍ୱାସଘାତକ ତତ୍ୱର ଅଭାବ କିମ୍ବା ସାର୍ବଜନୀନ ହିତର ସମ୍ପୃକ୍ତି ନଥିଲେ ଏହାକୁ ନିରପେକ୍ଷ ଢଙ୍ଗରେ ବିଚାର କରାଯାଇପାରିବ। ଏହାଦ୍ୱାରା ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀ ଆହୁରି ସୁଦୃଢ଼ ହେବ। ଏହି ବିଲ ଆଇନର ପାଳନ କରୁଥିବା ଉଦ୍ୟୋଗୀମାନଙ୍କ ଜୀବନକୁ ମଧ୍ୟ ସୁଗମ କରିବ।

ଏଥିପୂର୍ବରୁ କମ୍ପାନୀ (ସଂଶୋଧନ) ଆଇନ, ୨୦୧୫ ଅନ୍ତର୍ଗତ ଏହି ଆଇନର କେତେକ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିଲା। ଯାହାଦ୍ୱାରା ଏହି ଆଇନର ବିଭିନ୍ନ ବ୍ୟବସ୍ଥାକୁ ଲାଗୁ କରୁଥିବା ଜଟିଳତା ଦୂର କରାଯାଇପାରିବ।

Comments
Loading...