ଏସସି ଛାତ୍ରଛାତ୍ରୀଙ୍କ ପାଇଁ ୫୯ ହଜାର କୋଟି ଟଙ୍କାର ମାଟ୍ରିକ ପରବର୍ତ୍ତୀ ଛାତ୍ର ବୃତ୍ତି ଯୋଜନାକୁ କ୍ୟାବିନେଟ ଅନୁମୋଦନ

ପାଞ୍ଚ ବର୍ଷରେ ଚାରି କୋଟି ଏସସି ଛାତ୍ରଛାତ୍ରୀ ଉପକୃତ ହେବେ

ନୂଆଦିଲ୍ଲୀ :  କେନ୍ଦ୍ର କ୍ୟାବିନେଟ ବୁଧବାର ୫୯ ହଜାର କୋଟି ଟଙ୍କାର ମାଟ୍ରିକ ଛାତ୍ରବୃତ୍ତି ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ପାଞ୍ଚ ବର୍ଷରେ ଚାରି କୋଟି ଅନୁସୂଚିତ ଜାତି (ଏସସି) ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ । କେନ୍ଦ୍ର କ୍ୟାବିନେଟର ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟ୍ ଏହି ସୂଚନା ଦେଇଛନ୍ତି। ଶ୍ରୀ ଗେହଲୋଟ୍ କହିଛନ୍ତି ଯେ କେନ୍ଦ୍ର ସରକାର ଏଥିରେ ୩୫,୫୩୪ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ବହନ କରିବେ ।

ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବ।

 

Comments are closed.