ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବାଲୁଗାଁ ଶାଖାର ନବୀକରଣ ପରିସର, ୟୁନିୟନ୍‌ ଗୋଲ୍ଡ ଲୋନ୍‌ ପଏଣ୍ଟ ଏବଂ ଏଟିଏମ୍‌ ଲବି ଉଦ୍‌ଘାଟିତ

ଭୁବନେଶ୍ୱର: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବାଲୁଗାଁ ଶାଖାର ନବୀକରଣ ପରିସର, ୟୁନିୟନ୍‌ ଗୋଲ୍ଡ ଲୋନ୍‌ ପଏଣ୍ଟ ଏବଂ ଏଟିଏମ୍‌ ଲବି ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ଏହି ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର  ଉପ- ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ଶୋଭନ ସେନ୍‌ଗୁପ୍ତା, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ତଥା ଉପ-କ୍ଷେତ୍ରୀୟ ମୁଖ୍ୟ ଅଶୋକ  ମିଶ୍ର, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ନାୟକ, ଶାଖା ପ୍ରବନ୍ଧକ ରଶ୍ମି ରଞ୍ଜନ ସାମନ୍ତଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ  କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଗଣ, ପାଖାପାଖି ସ୍ଥାନୀୟ ଶାଖାଗୁଡିକର ଶାଖା ପ୍ରବନ୍ଧକ ଏବଂ ଶାଖାର ମୂଲ୍ୟବାନ ଗ୍ରାହକମାନେ ଉପସ୍ଥିତ ଥିଲେ । ଏହି  ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ଏବଂ କୃଷିଭିତ୍ତିକ ଋଣ ମେଳାର ଆୟୋଜନ କରାଯାଇଥିଲା ଏବଂ ଏଥିରେ ସ୍ଥାନୀୟ ପଞ୍ଚାୟତର ଲୋକମାନେ  ଯୋଗ ଦେଇଥିଲେ । ଏହି ମେଳାରେ ପାଖାପାଖି ୨.୫୦କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା ।

Comments are closed.