ଆଫ୍ରିଦିଙ୍କୁ ପ୍ରତାପଙ୍କ ଅଭୟ ବାଣୀ : “କରୋନାରୁ ବଞ୍ଚିବା ପାଇଁ ମୋଦୀ ଜୀ’ଙ୍କ ଶରଣାପନ୍ନ ହୁଅ”

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି। ଶନିବାର ଏ ନେଇ ଆଫ୍ରିଦି ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।
ଆଫ୍ରିଦିଙ୍କ ଟ୍ବିଟ୍ ପରେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲ କରିଥିବା ଦେଖାଯାଇଛି। ଏପରିକି ଆଫ୍ରିଦିଙ୍କ ଟ୍ବିଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ରି-ଟ୍ବିଟ୍ କରିଥିବା ଦେଖାଯାଇଛି। ସେ ଆଫ୍ରିଦିଙ୍କ ଟ୍ୱିଟକୁ ରି-ଟ୍ବିଟ୍ କରି ଲେଖିଛନ୍ତି ଯେ, ପାକିସ୍ତାନର ହସ୍ପିଟାଲ ବାବଦରେ ସେ ସବୁ ଜାଣିଛନ୍ତି । ଯଦି କରୋନାରୁ ରକ୍ଷା ପାଇବା ପାଇଁ ଚାହୁଁଛ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶରଣ ନିଅ ବୋଲି ସେ କହିଛନ୍ତି ।

Comments are closed.