ମୋଦୀଙ୍କୁ ରାଜ ଠାକରେଙ୍କ ନିବେଦନ ; ଏକକ ନାଗରିକ ସଂହିତା ଆଣ

ପୁଣେ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ମୁଖ୍ୟ ରାଜ ଠାକ୍‌ରେ ରବିବାର ପୁଣେରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରା​‌ରେ ରାଠ ଠାକରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକକ ନାଗରିକ ସଂହିତା ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ଔରଙ୍ଗାବାଦର ନାମକୁ ପରିବର୍ତ୍ତନ କରି ସାମ୍ଭାଜୀନଗର ରଖିବାକୁ ନିବେଦନ କରିଛନ୍ତି। ଶୋଭାଯାତ୍ରାରେ ରାଜ୍ ମହାରାଷ୍ଟ୍ରର ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାରକୁ ସମାଲୋଚନା କରିଛନ୍ତି। ଏହି ମେଣ୍ଟ ସରକାର ଏଆଇଏମ୍ଆଇଏମ୍‌କୁ ଔରଙ୍ଗାବାଦ ଲୋକସଭା ଆସନରେ ବିଜୟୀ ହେବାକୁ ସହଯୋଗ କରିଥିବା ରାଜ୍‌ ଠାକରେ ଅଭିଯୋଗ କରିଛନ୍ତି। ଶିବସେନାର ହିନ୍ଦୁତ୍ବବାଦ ଉପରେ ସେ ପ୍ରଶ୍ନ ଉଠାଇବା ସହ ବାଲ୍‌ ଠାକରେଙ୍କ ନୀତି ଓ ଆଦର୍ଶକୁ ଦଳ ନଷ୍ଟ କରିଛି ବୋଲି ସେ କହିଛନ୍ତି।

Comments are closed.