ଭାରତରେ ଆହୁରି ଭୟାନକ ହୋଇପାରେ କରୋନା: ୟୁନିସେଫ୍‌

ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍‌ ଚେତାବନୀ ଦେଇଛି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍‌ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ। ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି। ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)

ସୂଚନାନୁସାରେ ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ସଂକ୍ରମଣ ବୃଦ୍ଧି ପାଇଚାଲିଛି। ମୃତ୍ୟୁ ହାର ୯୦ ପ୍ରତିଶତରୁ ଅଧିକ ରହିଛି। ଟିକାକରଣ ଖୁବ୍‌ ଧିମା ଗତିରେ ଚାଲିଛି। ଦଶ ଜଣରେ ଜଣେ ଲୋକ ଟିକା ପାଉଛନ୍ତି। ଭାରତରେ ଅମ୍ଳଜାନ, ଚିକିତ୍ସା ଉପକରଣ, ପରୀକ୍ଷା ଯନ୍ତ୍ରାଂଶ ଅଭାବ ଦୂର କରିବାକୁ ୨୧ ନିୟୁତ ଡଲାର ଆବଶ୍ୟକତା ଥିବାବେଳେ ଦକ୍ଷିଣ ଏସିଆ ପାଇଁ ୫୦ ନିୟୁତ ଡଲାର ଆବଶ୍ୟକତା ପଡ଼ିବ ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି।

Comments are closed.