ସାଇବର ଅପରାଧୀ ସାବଧାନ ! ଜାତିସଂଘ ଆଣୁଛି କଡ଼ା ଆଇନ

ନିୟୁର୍କ  : ସଂପ୍ରତି ସାଇବର ଅପରାଧ ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲଟିଥିବା ବେଳେ ଏ ନେଇ ସହଯୋଗର ହାତ ବଢାଇଛି ଜାତିସଂଘ । ସାଇବର୍‍ ଅପରାଧକୁ ପ୍ରତିହତ କରିବା ପାଇଁ ଆଗେଇ ଆସିଛି ମିଳିତ ଜାତିସଂଘ।  ଏନେଇ ଏକ ନୂଆ ଅନ୍ତର୍ଜାତୀୟ ଚୁକ୍ତି ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିବା ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଆଗତ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ ଲାଭ କରିଛି ।
ରୁଷ୍‍ଦ୍ୱାରା ପ୍ରସ୍ତୁତ ଏହି ପ୍ରସ୍ତାବକୁ ୧୯୩ ସଦସ୍ୟ ବିଶିଷ୍ଟ ଏହି ବିଶ୍ୱ ସଙ୍ଗଠନରେ ୭୯:୬୦ ଭୋଟରେ ଗୃହୀତ ହୋଇଛି।  ୩୩ଟି ରାଷ୍ଟ୍ର ମତଦାନରେ ଅନୁପସ୍ଥିତ ରହିଥିଲେ । ଅପରାଧିକ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳର ବ୍ୟବହାରକୁ ରୋକିବା ପାଇଁ ବିଶ୍ୱର ସମସ୍ତ ଅଞ୍ଚଳର ପ୍ରତିନିଧିମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟିଦ୍ୱାରା ବିସ୍ତୃତ ଆଲୋଚନା କରାଯିବା ବିଷୟ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏହି କମିଟି ଆସନ୍ତା ୨୦୨୦ ଅଗଷ୍ଟ ମାସରେ ଏକ ବୈଠକ ଆୟୋଜନ କରି ଏହାର
କାର୍ଯ୍ୟକଳାପ ଉପରେ ଆଲୋଚନା କରିବ।

Comments are closed.